ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଅପରାହ୍ନ ୩ଟା ୩୦ରେ ରଥଟଣା ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ୍): ଆଜି ବାହୁଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଆଜି ଅପରାହ୍ନ ୩ଟା ୩୦ରେ ରଥଟଣା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସକାଳ ସାଢେ ୬ଟାରେ ମଙ୍ଗଳ ଆଳତୀ ଓ ଅବକାଶ ପରେ ୮ଟା ୩୦ରେ ରୋଷ ହୋମ ଓ ପାକ କାର୍ଯ୍ୟ ଶେଷ ହୋଇଛି।

ସାଢେ ୧୨ଟାରେ ଅଧରପଣା ପୂଜା ଓ ସାଢେ ୧ଟାରୁ ୩ଟା ମଧ୍ୟରେ ଲିଙ୍ଗରାଜ ଓ କେଦାରଗୌରୀଙ୍କ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଛି। ଅଶୋକାଷ୍ଟମୀରୁ ଆରମ୍ଭ ହୋଇଥିଲା ରୁକୁଣା ରଥ ଯାତ୍ରା। କରୋନା କଟକଣା ଯୋଗୁ ଦୁଇ ବର୍ଷ ଧରି ନିରାଡମ୍ବର ଭାବେ ପାଳନ କରାଯାଉଥିବାବେଳେ ଚଲିତ ବର୍ଷ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.