ଯେତେ ଖୋଳିଲେ ସେତେ ବାହାରୁଛି: ଆଇଆଇସିଙ୍କ ଘରୁ ପୁଣି ନଗଦ ୨୫ ଲକ୍ଷ ଟଙ୍କା ଜବତ

ଥାନା ବାବୁଙ୍କ ଟଙ୍କା ବିଡ଼ା ଦେଖି ଭିଜିଲାନ୍ସ ଟେରା । ଲକ୍ଷ ଲକ୍ଷ ଟଙ୍କାର ବଣ୍ଡଲ ବଣ୍ଡଲ ନୋଟ୍ । ଭିଜିଲାନ୍ସ ଜାଲରେ ପଡିଥିବା ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ପାଖରୁ ଆଉ ୨୫ ଲକ୍ଷ ଟଙ୍କା ଜବତ ହୋଇଛି । ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ, ୨୦୦ ଓ ଶହେ ଟଙ୍କିଆ ନୋଟ୍ ମିଳିଛି ।

କୋରାପୁଟ (କେନ୍ୟୁଜ): ଥାନା ବାବୁଙ୍କ ଟଙ୍କା ବିଡ଼ା ଦେଖି ଭିଜିଲାନ୍ସ ଟେରା । ଲକ୍ଷ ଲକ୍ଷ ଟଙ୍କାର ବଣ୍ଡଲ ବଣ୍ଡଲ ନୋଟ୍ । ଭିଜିଲାନ୍ସ ଜାଲରେ ପଡିଥିବା ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ପାଖରୁ ଆଉ ୨୫ ଲକ୍ଷ ଟଙ୍କା ଜବତ ହୋଇଛି । ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ, ୨୦୦ ଓ ଶହେ ଟଙ୍କିଆ ନୋଟ୍ ମିଳିଛି । ସୁଶାନ୍ତ ଶତପଥୀଙ୍କ କଟକ ପୋଲିସ ଲାଇନରେ ଥିବା ସରକାରୀ ବାସଭବନରୁ ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ।

ଗତକାଲି ରେଡ୍ ବେଳେ ମିଳିଥିଲା ସାଢ଼େ ୭ ଲକ୍ଷ ଟଙ୍କା । ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨ ଲକ୍ଷ ନଗଦ କ୍ୟାସ୍ ଜବତ କଲାଣି ଭିଜିଲାନ୍ସ । ଯେତେ ଖୋଳିଲେ ସେତେ ବାହାରୁଛି । ଗତକାଲି ୨ ଲକ୍ଷ ୭୦ ହଜାର ଟଙ୍କା ଧରି ଓଏସଆରଟିସି ବସରେ ବୈପାରୀଗୁଡ଼ାରୁ କଟକ ଆସୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଜୟପୁରରୁ ଧରିଥିଲା । ଅଧିକ ଖୋଳତାଡ ଜାରି ରହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.