ବଢୁଛି ମାମଲା : କୋଟାରେ ପୁଣି ଜଣେ ନିଟ୍‌ ଆଶାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁଣି ଜଣେ ୨୦ ବର୍ଷୀୟ ନିଟ୍‌ ଆଶାୟୀଙ୍କ ସୁଇସାଇଡ । ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପଶ୍ଚିମବଙ୍ଗର ଛାତ୍ର ଜଣକ କୋଟା ଦାଦାବାଡିର ବଫ୍ଫ ନଗରରେ ଭଡାରେ ରହି ନିଟ୍‌ ପାଇଁ କୋଚିଂ ନେଉଥିଲେ ।

କୋଟାରେ ଛାତ୍ରଛାତ୍ରୀ ସୁଇସାଇଡ ମାମଲା ଥମିବାରେ ନାଁ ନେଉନାହିଁ । କିଛିଦିନ ପରେ ପୁଣି ଜଣେ ୨୦ ବର୍ଷୀୟ ନିଟ୍‌ ଆଶାୟୀ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିଥିବା ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପଶ୍ଚିମବଙ୍ଗର ଛାତ୍ର ଜଣକ ଦାଦାବାଡିର ବଫ୍ଫ ନଗରରେ ଭଡାରେ ରହି ନିଟ୍‌ ପାଇଁ କୋଚିଂ ନେଉଥିଲେ ।

ଖବର ମୁତାବକ, ମୃତ ଛାତ୍ର ଜଣକ ଫୌରିଦ ହୁସେନ । ଗତକାଲି ଏହି ଅଘଟଣ ଘଟିଥିବା ବେଳେ ଏ ନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଫୌରିଦ କୋଟାରେ ନିଟ୍ ପାଇଁ କୋଚିଂ ନେଉଥିଲେ । ସେ ନିଜ ସାଙ୍ଗମାନଙ୍କ ସହ ରୁମ୍ ଭଡ଼ା ନେଇ ରହୁଥିଲେ । ଗତକାଲି ଅପରାହ୍ନ ୪ଟା ବେଳେ ଫୌରିଦଙ୍କ ତାଙ୍କ ରୁମରେ ଥିଲେ । ମାତ୍ର ସନ୍ଧ୍ୟା ୭ଟା ବେଳ ପର୍ଯ୍ୟନ୍ତ ସେ ଆଉ କବାଟ ଖୋଲି ନ ଥିଲେ କି ଫୋନ୍ ଉଠାଇ ନ ଥିଲେ । ଏନେଇ ଫୌରିଦଙ୍କ ସାଙ୍ଗମାନେ ତୁରନ୍ତ ଘର ମାଲିକ ଓ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ଫୌରିଦଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା । ଏହାପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ରାଜସ୍ଥାନ କୋଟାରେ ମେଡିକାଲ ଏବଂ ଇଂଜିନିୟରିଂ ପାଇଁ ପ୍ରସ୍ତୁତି ପାଇଁ ଅନେକ ବଡ ବଡ କୋଚିଂ ସେଣ୍ଟର ରହିଛି । ଗତ କିଛି ବର୍ଷରେ ବେଶ୍‌ ସଫଳ ଛାତ୍ର ମଧ୍ୟ ବାହାରିଛନ୍ତି । ହେଲେ ଏଠାରେ ଦିନକୁ ଦିନ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଉଛି । ଚଳିତବର୍ଷ ଜାନୁଆରୀ ଠାରୁ ଅକ୍ଟୋବର ମଧ୍ୟରେ ୨୭ ଜଣ ଛାତ୍ର ଆତ୍ମହତ୍ୟା କରିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.