କେବିସି ହଟ ସିଟରେ ବାଲେଶ୍ବର ପୁଅ, ଜିତିଲେ ୨୫ ଲକ୍ଷ ଟଙ୍କା
ଚିଟଫଣ୍ଡ ଜମାକାରୀଙ୍କ ଆକ୍ରାଶରୁ ବଞ୍ଜିବା ପାଇଁ ଆତ୍ମହତ୍ୟା ଭଳି ବାଟ ବାଛିନେବା ଘଟଣା ଅମିତାଭଙ୍କ ଆଖିରେ ଲୁହ ଭରି ଦେଇଥିଲା। ଅଜମତଙ୍କ ସଂଘର୍ଷମୟ ଜୀବନକୁ ଅମିତାଭ ପ୍ରଶଂସା କରିଥିଲେ ।

ବାଲେଶ୍ବର(କେନ୍ୟୁଜ୍): କେବିସି ହଟ ସିଟରେ ବାଲେଶ୍ବର ପୁଅ ଏସିକେ ଅଜମତ ଜିତିଲେ ୨୫ ଲକ୍ଷ ଟଙ୍କା। ଏହି ଅବସରରେ ସଦର ବ୍ଲକ ରାଇସୁଆଁ ପଞ୍ଚାୟତ ସିଂହାରପୁରା ଗାଁର ଅଜମତ ବିଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ବ୍ୟକ୍ତିଗତ ଜୀବନ ବିଷୟରେ ବଖାଣିଥିଲେ । ଓଡ଼ିଶାରେ ୨୦୦୮ରୁ ୨୦୧୩ ଭିତରେ ଛତୁ ଫୁଟିବା ଭଳି ଚିଟଫଣ୍ଡ ଖୋଲିବା, ଏହି ଚିଟଫଣ୍ଡ କମ୍ପାନୀରେ ଅଜମତ ଏଜେଣ୍ଟ ଭାବେ କାମ କରି ୫୦ ଲକ୍ଷରୁ ଅଧିକ ଟଙ୍କା ଜମା କରିଥିଲେ ।
୨୦୧୩-୧୪ରେ ଚିଟଫଣ୍ଡ କମ୍ପାନୀ ବନ୍ଦ ହେବା ପରେ ଜମାକାରୀମାନେ ଆସି ତାଙ୍କ ଘରେ ବସିଥିଲେ । ଜମାକାରୀଙ୍କ ଆକ୍ରାଶରୁ ବଞ୍ଜିବା ପାଇଁ ଆତ୍ମହତ୍ୟା ଭଳି ବାଟ ବାଛିନେବା ଘଟଣା ଅମିତାଭଙ୍କ ଆଖିରେ ଲୁହ ଭରି ଦେଇଥିଲା। ଅଜମତଙ୍କ ସଂଘର୍ଷମୟ ଜୀବନକୁ ଅମିତାଭ ପ୍ରଶଂସା କରିଥିଲେ । ଅଜମତ କହିଛନ୍ତି କେବିସିରେ ଅମିତାଭଙ୍କ ସହ ହଟ ସିଟରେ ବସିବା ଲମ୍ବା ଯାତ୍ରା ଥିଲା। ଏହି ସୋରେ ଛେନାପୋଡ ଖାଇବାକୁ ଅମିତାଭଙ୍କୁ ଅଜମତ ନିମନ୍ତ୍ରଣ କରିଥିଲେ ।