Below header

ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ତୀବ୍ରତା ୫.୨

ପାକିସ୍ତାନରେ ଭୂମିକମ୍ପ ଝଟକା । ଭୂମିକମ୍ପର ତୀବ୍ରତା ୫.୨ ବୋଲି ଜଣାପଡିଛି । ସକାଳ ୫.୩୫ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ସୂଚନା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ଦିଆଯାଇଛି।

ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ । ଭୂମିକମ୍ପର ତୀବ୍ରତା ୫.୨ ବୋଲି ଜଣାପଡିଛି । ସକାଳ ୫.୩୫ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ସୂଚନା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ମିଳିନାହିଁ । ତେବେ ଭୂକମ୍ପ ଝଟକା ପରେ ଲୋକମାନେ ଘରୁ ଦୌଡ଼ି ବାହାରକୁ ପଳାଇ ଥିଲେ ।

ତେବେ ଏହାପୂର୍ବରୁ ଗତ ଶନିବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ପାକିସ୍ତାନରେ ୪.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଆଉ ୪ ଦିନ ପରେ ପୁଣି ପାକିସ୍ତାନରେ ଭୂକମ୍ପ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ଭିତରେ ୧୮ କିଲୋମିଟର ଥିଲା ।

ଭୂକମ୍ପର ମୁଖ୍ୟ କାରଣ ହେଉଛି ପୃଥିବୀ ଭିତରେ ଥିବା ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ସହିତ ଧକ୍କା ହେବା ଫଳରେ ଯେଉଁ କମ୍ପନ ହୁଏ, ତାହା ହେଉଛି ଭୂକମ୍ପ । ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀ ଭିତରେ ସମୁଦାୟ ୧୨ଟି ଟେକ୍ଟୋନିକ୍ ପ୍ଲେଟ୍ ଅଛି । ଏହା ପୃଥିବୀ ଭିତରେ ଭାସମାନ ରହିଥାଏ, । ପ୍ରତିବର୍ଷ ଟେକ୍ଟୋନିକ୍ ପ୍ଲେଟ୍ ୪ ରୁ ୫ ମିମି ସ୍ଥାନାନ୍ତରିତ ହୁଏ ।

ସୂଚନାଯୋଗ୍ୟ, ନଭେମ୍ବର ଆରମ୍ଭରେ ନେପାଳରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଭୂକମ୍ପ ଯୋଗୁଁ ୧୫୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏହାଛଡା ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.