ଏମିତି ଦୁଃଖ ଦେଲା ଦଇବ, ନିମିଷକ ଭିତରେ ଭାଙ୍ଗି ରୁଜି ଚୁରମାର୍ ହୋଇଗଲା ସୁନାର ସଂସାର

ଆଲୋକର ପର୍ବ ଦୀପାବଳି । ସେହି ଦୀପାବଳିର ଅମାବାସ୍ୟାର କାଳରାତ୍ରିରେ ଘଟିଗଲା ଅଘଟଣ । ନିମିଷକ ଭିତରେ ସୁନାର ସଂସାରଟା ଭାଙ୍ଗି ରୁଜି ଚୁର୍ ମାର୍ ହୋଇଗଲା ।

ବେଗୁନିଆ(କେନ୍ୟୁଜ୍): ଗାଁ ଦାଣ୍ଡରେ ଜମିଛି ଭିଡ । ସାହି ଭାଈ ସବୁ ହୋଇଛନ୍ତି ଏକାଠି । ସମସ୍ତଙ୍କ ଆଖି ଛଳଛଳ । ଏମିତି ଦୁଃଖ ଦେଲା ଦଇବ ଯାହା କିଏ କେବେ ଭାବନାରେ ସୁଦ୍ଧା ଭାବିନଥିବେ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହୋଇ ରହିବେ ବୋଲି ଶପଥ ନେଇଥିଲେ ଆଉ ସେହି ଶପଥକୁ ନିଭାଇଲେ ଜଣେ ପତିବ୍ରତା ସ୍ତ୍ରୀ । ସ୍ୱାମୀଙ୍କ ମୃତ୍ୟୁକୁ ସହି ନ ପାରି ନିଜେ ହାରିଦେଲେ ଜୀବନ । ଏପଟେ ଶ୍ମଶାନରେ ସ୍ୱାମୀଙ୍କ ଚିତା ନ ଲିଭୁଣୁ ଝୁଲିପଡିଲେ ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲଗଡ ବ୍ଲକ ବେଣାଗାଡିଆ ଗାଁରେ ।

ଆଲୋକର ପର୍ବ ଦୀପାବଳି । ସେହି ଦୀପାବଳିର ଅମାବାସ୍ୟାର କାଳରାତ୍ରିରେ ଘଟିଗଲା ଅଘଟଣ । ନିମିଷକ ଭିତରେ ସୁନାର ସଂସାରଟା ଭାଙ୍ଗି ରୁଜି ଚୁର୍ ମାର୍ ହୋଇଗଲା । ସେହି ରାତିରେ ଏକ ସଡକ ଦୁର୍ଘଟଣାରେ ସ୍ୱାମୀ ଗୋକୁଳଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଥିଲା। ଯାହାର ସିସିଟିଭି ଭିଜୁଆଲ୍ ସାମ୍ନାକୁ ଆସିଥିଲା ।

ଗତ ୧୨ତାରିଖ ରାତିରେ ସୁନାଖଳା ବଜାର ନକଟରେ ଗୋକୁଳଚନ୍ଦ୍ରଙ୍କ ବାଇକ ସହ ଏକ ବାଇକ୍ ଧକ୍କା ହୋଇଥିଲା । ତୁରନ୍ତ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗୋକୁଳଚନ୍ଦ୍ରଙ୍କ ମୃତ୍ୟୁ ଖବର ଶୁଣି ପତ୍ନୀ ଅନିନ୍ଦିତା ସୁବୁଦ୍ଧି ଅତ୍ୟନ୍ତ ମ୍ରିୟମାଣ ହୋଇପଡିଥଲେ । ସହଜରେ ଗ୍ରହଣ କରିପାରିନଥିଲେ ସ୍ୱାମୀଙ୍କ ମୃତ୍ୟୁକୁ। ଘରେ ଥିବାବେଳେ ସ୍ୱାମୀଙ୍କ ଅନ୍ତେଷ୍ଟିକ୍ରିୟା ନ ସରୁଣୁ ନେଲେ ଚରମ ପଦକ୍ଷପ । ରାତିରେ ଘର ଭିତରେ ବେକରେ ରଶି ଲଗାଇ ନିଜ ଜୀବନ ହାରି ଦେଇଥିଲେ । ତେବେ ପରିବାର ଲୋକ ଆସି ଦେଖି ତୁରନ୍ତ ମେଡିକାଲ ନେଇ ଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣା ପରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

husband

ମୃତ ଦମ୍ପତିଙ୍କ ଦୁଇଟି କୋମଳମତୀ ନାବାଳିକା ଝିଅ । ଜଣଙ୍କୁ ୧୨ ବର୍ଷ ଏବଂ ଜଣଙ୍କୁ ୭ ବର୍ଷ । ବାପା ମାଙ୍କୁ ହରାଇ ଅସହାୟ ହୋଇପଡିଛନ୍ତି ଦୁଇ ଝିଅ । ଗୋକୁଳ ଜଣେ ଟିଭି ମେକାନିକ୍ । ରାଜ ସୁନାଖଳାରେ ତାଙ୍କର ଦୋକାନ ଥିଲା । ସେ ଜଣେ ମିଷ୍ଟ ଭାଷୀ, ପରୋପକାରୀ ଲୋକ ଥିଲେ । ତେବେ ବାପା ଗଲା ପରେ ମା ମୁହଁକୁ ଚାହିଁ ଜୀବନ କାଟିବାକୁ ଭାବୁଥିବା ଦୁଇ କୁନି ଝିଅ ଏବେ ମାକୁ ବି ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

ଗୋଟିଏ ଘରେ ଦୁଇ ଦୁଇଟି ମୃତ୍ୟୁକୁ ନେଇ ସଭିଏଁ ସ୍ତବ୍ଧ । ଦୀପାବଳି ଦିନ ସ୍ୱାମୀଙ୍କ ମୃତ୍ୟୁ, ଆଉ ତା’ପର ଦିନ ସ୍ତ୍ରୀଙ୍କ ମୃତ୍ୟୁ । ଦୁଇ ଝିଅଙ୍କ ଭବିଷ୍ୟତକୁ ନେଇ ଏବେ ସଭିଏଁ ଚିନ୍ତାରେ । ଏବେ ସବୁ ସ୍ନେହ ଦେବେ ଆଶ୍ୱାସନା ଦେବେ ହେଲେ ଜନ୍ମକଲା ବାପା ମାଙ୍କ ଭଳି ଭଲପାଇବା, ଆଦର ତାଙ୍କୁ କିଏ ଦବ? କିଏ ବୁଝିବ ତାଙ୍କ ଭଲମନ୍ଦ କଥା? କାହା ପାଖରେ ସେମାନେ କରିବେ ଅଳି? ଏମିତି ଅ.ନେକ ପ୍ରଶ୍ନ ଉଙ୍କି ମାରୁଛି ସମସ୍ତଙ୍କ ମନରେ ।

 

 

You might also like