ନଭେମ୍ବର ୨୭ ଡିସେମ୍ବର ୪ ତାରିଖ ଯାଏ ଚାଲିବ ବାଲିଯାତ୍ରା

ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ , ତ୍ରୁଟି ଶୂନ୍ୟ ଓ ସୁରକ୍ଷିତ କରିବା ପାଇଁ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହ କିଛି ନୂଆ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଓରମାସର ଷ୍ଟଲ୍ ସଂଖ୍ୟା ୪୦୦କୁ ବୃଦ୍ଧି କରାଯାଇଛି।

କଟକ(କେନ୍ୟୁଜ୍): ନଭେମ୍ବର ୨୭ ତାରିଖରୁ ଅଗମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ଡିସେମ୍ବର ୪ ତାରିଖ ଯାଏ ୮ ଦିନ ଧରି ଚାଲିବ ବାଲିଯାତ୍ରା। ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ , ତ୍ରୁଟି ଶୂନ୍ୟ ଓ ସୁରକ୍ଷିତ କରିବା ପାଇଁ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହ କିଛି ନୂଆ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଓରମାସର ଷ୍ଟଲ୍ ସଂଖ୍ୟା ୪୦୦କୁ ବୃଦ୍ଧି କରାଯାଇଛି।

ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ଜଳଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ। କଟକ ଜିଲ୍ଲାପାଳଙ୍କ ଦ୍ଵାରା ଆୟୋଜିତ ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି , କଟକ ଡିସିପି ଯୋଗ ଦେଇଥିବା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗ ଦେଇଥିଲେ। ଏହା ସହ ଅନ୍ୟାନ୍ୟ ସରକାରୀ ବିଭାଗର ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ଜଳ ଯୋଗାଣ ଓ ବିଦ୍ୟୁତ୍ ଯୋଗାଣ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.