Below header

ବିଶ୍ୱବାସୀ ଶକ୍ତି ସଂରକ୍ଷଣ ଓ ଉପଯୋଗ ନେଇ ସାକ୍ଷର ନହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ: କିଟ୍ ରେ ଜଳବାୟୁ ସଂପର୍କିତ ଆଲୋଚନାଚକ୍ର

ସୌରଶକ୍ତି ପାଇଁ ପାରମ୍ପରିକ ଶକ୍ତି ଓ ଅଙ୍ଗାରକାମ୍ଳ ଭିତ୍ତିକ ଶକ୍ତିର ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ପ୍ରଫେସର ସୋଲାଙ୍କି ଗୁରୁତ୍ୱାରୋପ କରିଛନ୍ତି ।କିଟ୍ ମେକାନିକାଲ୍ ଇଂଜିନିୟରିଂ ସ୍କୁଲ୍ ଓ ଏନର୍ଜି ସ୍ୱରାଜ ଫାଉଣ୍ଡେସନ ମିଳିତ ସହଯୋଗରେ ଅନୁଷ୍ଠିତ ସର୍ବବୃହତ କ୍ଲାଇମେଟ୍ କ୍ଲକ୍ ଆସେମ୍ଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସୋଲାଙ୍କି ଏହା କହିଛନ୍ତି ।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର କିଟ୍ ରେ ଜଳବାୟୁ ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ । ଏବେଠୁ ବିଶ୍ୱବାସୀ ଶକ୍ତି ସଂରକ୍ଷଣ ଓ ଉପଯୋଗ ନେଇ ସାକ୍ଷର ନ ହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆଇଆଇଟି ବମ୍ବେର ପ୍ରଫେସର ତଥା ଏନର୍ଜି ସ୍ୱରାଜର ପ୍ରତିଷ୍ଠାତା ବିଶିଷ୍ଟ ପରିବେଶବିତ୍ ପ୍ରଫେସର ଚେତନ ସିଂହ ସୋଲାଙ୍କି କହିଛନ୍ତି । କିଟ୍ ମେକାନିକାଲ୍ ଇଂଜିନିୟରିଂ ସ୍କୁଲ୍ ଓ ଏନର୍ଜି ସ୍ୱରାଜ ଫାଉଣ୍ଡେସନ ମିଳିତ ସହଯୋଗରେ ଅନୁଷ୍ଠିତ ସର୍ବବୃହତ କ୍ଲାଇମେଟ୍ କ୍ଲକ୍ ଆସେମ୍ଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସୋଲାଙ୍କି ଏହା କହିଛନ୍ତି । ସୌରଶକ୍ତି ପାଇଁ ପାରମ୍ପରିକ ଶକ୍ତି ଓ ଅଙ୍ଗାରକାମ୍ଳ ଭିତ୍ତିକ ଶକ୍ତିର ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ପ୍ରଫେସର ସୋଲାଙ୍କି ଗୁରୁତ୍ୱାରୋପ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପ୍ରଫେସର ସୋଲାଙ୍କିଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଜଳବାୟୁ ପରିବର୍ତ୍ତନର ଭୟାବହ ପ୍ରଭାବରୁ ବର୍ତ୍ତିବା ପାଇଁ ଏବେଠୁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ କିଟ୍ ଓ କିସ୍ ରେ ଡ. ସାମନ୍ତଙ୍କ ଦ୍ୱାରା ସବୁଜ ପ୍ରୟାସ ଆରମ୍ଭ କରାଯାଇଛି । ସ୍ଥାୟୀ ଶକ୍ତି ପ୍ରୟାସ ଭାବେ କିଟ୍ ଓ କିସ୍ କିପରି ୫୦ଲକ୍ଷ ୱାଟ ସୌରଶକ୍ତି ଉତ୍ପାଦନ କରିବା ସହ ବାର୍ଷିକ ଲକ୍ଷାଧିକ ବୃକ୍ଷରୋପଣ କରାଯାଇଛି ସେ ନେଇ ସୂଚନା ପ୍ରଦାନ କରିଥିଲେ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.