ଫିଟ ରହିବା ପାଇଁ ବାଲିଗୁଡା ଡ଼ିଏଫଓଙ୍କ ଭିନ୍ନ ପ୍ରୟାସ, ସହକର୍ମୀଙ୍କ ସହ ଦୌଡିଲେ ଦୀର୍ଘ ୨୫ କିମି

ବାଲିଗୁଡା(କେ ନ୍ୟୁଜ): କରୋନା କାଳରେ ଫିଟ ରହିବା ପାଇଁ ବାଲିଗୁଡା ଡିଏଫଓ ନିଜ ତରଫରୁ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି l ନିଜ ସହ କର୍ମଚାରୀଙ୍କ ସହିତ ଚାଲିଛନ୍ତି ଦୀର୍ଘ ୨୫ କିମି l କରୋନା କାଳରେ କିପରି ଫିଟନେସ ବଜାୟ ରଖିବେ ସେ ନେଇ ଚେଷ୍ଟା କରିଥିବା କହିଛନ୍ତି l ନିଜେ ଫିଟ ରହିବା ସହ ସମସ୍ତ କର୍ମଚାରୀଙ୍କୁ ଫିଟ ରଖିବା ପାଇଁ ବାଲିଗୁଡା ଡି.ଏଫ.ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି l ତାଙ୍କ ମତ ଅନୁଯାୟୀ ନିଜେ ଫିଟ ରହିଲେ ବିଭାଗର ଅସାଧ୍ୟ କାର୍ଯ୍ୟକୁ ସହଜରେ ସାଧନ କରିହେବ l ନିଜର ଏହି ମତକୁ କାର୍ଯ୍ୟରେ ପରିଣତ କରି ନିଜେ ପାଦରେ ୨୫କିଲୋମିଟର ଚାଲିବା ସହିତ ବନ କର୍ମଚାରୀଙ୍କୁ ଏଥିରେ ସାମିଲ କରିଛନ୍ତି l

ଡି.ଏଫ.ଓ. ବିଶ୍ୱନାଥନ ବାଲିଗୁଡା ଡିଭିଜନ କାର୍ଯ୍ୟଳୟରୁ ବାହାରି କୁଟିକିଆ ପର୍ଯ୍ୟନ୍ତ ସମସ୍ତ ବନବିଭାଗର କର୍ମଚାରୀଙ୍କ ସହ ୨୫ କିଲୋମିଟର ମିନି ମାରାଥନ କରିଥିଲେ l ଏହି ମିନି ମାରାଥନ କାର୍ଯ୍ୟକ୍ରମରେ ଡିଏଫଓଙ୍କ ସମେତ ଏ. ସି. ଏଫ., ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାର୍ଡ, ଅନ୍ୟ ବନ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ଷେତ୍ରରେ ବନ କର୍ମଚାରୀ ଫିଟ ରହି କାର୍ଯ୍ୟ କରିବା ପାଇଁ ବାଲିଗୁଡା ଡିଏଫଓ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି l ସୂଚନା ମୁତାବକ ବାଲିଗୁଡା ବନଖଣ୍ଡର ୭ ଟି ରେଞ୍ଜର ୪୦୦ ଜଣ କର୍ମଚାରୀ ଏହି ଫିଟନେସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l

 

 

Leave A Reply

Your email address will not be published.