ମା’ ବିରଜାଙ୍କ ବନଜାଗ ଯାତ୍ରା ସମ୍ପନ୍ନ : ପରମ୍ପରା ଅନୁସାରେ ଦେବୀଙ୍କ ସିଂହଧ୍ୱଜ ରଥ ନିର୍ମାଣ ଲାଗି କଟାଯାଇଛି ଚିହ୍ନଟ ବେଲ ଗଛ

ଯାଜପୁର(କେନ୍ୟୁଜ୍): ମା’ ବିରଜାଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ । ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା’ ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ଵବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୂଜା କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ସଂଧ୍ୟାରେ ବଳି ମଣ୍ଡପରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀଙ୍କ ଆହ୍ଵାନରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି ।

biraja

ପରମ୍ପରା ଅନୁସାରେ ପୂଜା ପରେ ଦେବୀଙ୍କ ସିଂହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟାଯାଇଛି । ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ହାଟପାଟଣା ଗ୍ରାମର ବୃନ୍ଦାବନ ସେନାପତିଙ୍କ ବାଡିରୁ କାଠ ସଂଗ୍ରହ କରାଯାଇଛି । ସୁନିଆ ପର ଦିନ ଠାରୁ ମା’ ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ମୁଖ୍ୟ ସେବାୟତ କହିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାମସ୍ତ କାର୍ଯ୍ୟର ସୁବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.