ଗିରଫ ହେଲେ ବ୍ୟାଙ୍କ ଅଧିକାରୀ, ବିଡିଓଙ୍କ ଜାଲ୍‌ ଦସ୍ତଖତ କରି ବ୍ୟାଙ୍କରୁ ଉଠାଇଥିଲେ ଟଙ୍କା

ସମ୍ବଲପୁର (କେନ୍ୟୁଜ୍) : ବିଡିଓଙ୍କ ଜାଲ୍‌ ଦସ୍ତଖତ କରି ବ୍ୟାଙ୍କର ଟଙ୍କା ଉଠାଇଥିଲେ । ଧରାପଡ଼ିଲେ, ଗିରଫ ହେଲେ ବ୍ୟାଙ୍କ ଅଧିକାରୀ । ଏଭଳି ଠକେଇର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ । ରେଙ୍ଗାଲି ବ୍ଲକର ବମାଲୋଇ ସ୍ଥିତ ICICI ବ୍ୟାଙ୍କର ୩ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବ୍ୟାଙ୍କ ମ୍ୟାନେଜର୍‌ ଅନିର୍ବାଣ ଦେ, କ୍ୟାସିୟର୍‌ ସୁଧୀର ମେହେର ଓ ପୂର୍ବତନ କ୍ୟାସିୟର ପ୍ରବୀଣ ଭାରତୀ । ବର୍ତ୍ତମାନ ରାଇରଙ୍ଗପୁର ବନ୍ଧନ ବ୍ୟାଙ୍କରେ କଷ୍ଟମର ରିଲେସନ୍‌ ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି ପ୍ରବୀଣ ଭାରତୀ । ଅଭିଯୋଗ ହୋଇଥିଲା ରେଙ୍ଗାଲି ବ୍ଲକର ପୂର୍ବତନ ବିଡିଓଙ୍କ ଜାଲ୍‌ ଦସ୍ତଖତ କରି ଏମାନେ ଓଲ୍‌ଡ ଏଜ୍‌ ପେନସନ୍‌ର ୧୨ ଲକ୍ଷ ୪୭ ହଜାର ୫୨୦ ଟଙ୍କା ଆତ୍ମସାତ କରିଥିଲେ। ଏନେଇ ଖୋଳତାଡ କରୁଥିଲା ଠେଲକୁଲି ଥାନା ପୋଲିସ । ୩ ଅଧିକାରୀଙ୍କ ବିରୋଧରେ ଆଇପିସିର ଦଫା ୪୧୯, ୪୨୦, ୪୬୮, ୪୬୯, ୪୭୦ ଓ ୧୨୦ରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.