ଉଚ୍ଚ ପଦରେ ପୁଣି ଜଣେ ଓଡ଼ିଆ, RBI ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଞ୍ଜନ ମିଶ୍ର

ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ନିଯୁକ୍ତ ହେଲେ ଆଉ ଜଣେ ଓଡ଼ିଆ ପୁଅ । ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡି଼ରେକ୍ଟର (RBI Executive Director) ଭାବେ ଦାୟିତ୍ବ ନେଇଛନ୍ତି ମନୋରଞ୍ଜନ ମିଶ୍ର ।

(କେନ୍ୟୁଜ): ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ନିଯୁକ୍ତ ହେଲେ ଆଉ ଜଣେ ଓଡ଼ିଆ ପୁଅ । ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡି଼ରେକ୍ଟର (RBI Executive Director) ଭାବେ ଦାୟିତ୍ବ ନେଇଛନ୍ତି ମନୋରଞ୍ଜନ ମିଶ୍ର ।

ମନୋରଂଜନ ନଭେମ୍ବର ୧ରୁ ଦାୟିତ୍ୱ ନେଇଛନ୍ତି। ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ। ଆରବିଆଇରେ ସେ ପ୍ରାୟ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି। ବ୍ୟାଙ୍କ ଓ ଏନବିଏଫସିର ରେଗୁଲେସନ, ବ୍ୟାଙ୍କ ଓ ମୁଦ୍ରା ପରିଚାଳନା ନେଇ ତାଙ୍କର ବହୁ ଅଭିଜ୍ଞତା ରହିଛି। ମନୋରଞ୍ଜନ ମିଶ୍ର ଅର୍ଥନୀତିରେ ସ୍ନାତକୋତ୍ତ ଓ ଫାଇନାନ୍ସରେ ଏମବିଏ କରିଛନ୍ତି । ଏହାସହ ସେ ୟୁକେର ଆଷ୍ଟନ ୟୁନିଭରସିଟିରୁ ଫାଇନାନ୍ସ ଓ ଫାଇନାନସିଆଲ ରେଗୁଲେସନରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.