ନ୍ୟୁଜିଲାଣ୍ଡ-ପାକିସ୍ତାନ ମହା ମୁକାବିଲା, ସେମିଫାଇନାଲ ପାଇଁ କର ବା ମର ସ୍ଥିତି
ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିଲେ ସେମିଫାଇନାଲ୍ ନିକଟତର ହେବ । ମଉଳିଯିବ ପାକିସ୍ତାନ ଆଶା । ପାକିସ୍ତାନ ଏହି ମ୍ୟାଚ୍ ଜିତିଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବ । ସେମିରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ଶେଷ ୨ଟି ଯାକ ମ୍ୟାଚ୍ ଜିତିବା ଜରୁରୀ ।
ବିଶ୍ବକପରେ ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ମହା ମୁକାବିଲା । ଉଭୟ ଦଳ ପାଇଁ କର ବା ମର ମ୍ୟାଚ୍ । ହାର ଜିତି ଉଭୟଙ୍କ ପାଇଁ ନିର୍ଣ୍ଣାୟକ ହେବ । ବେଙ୍ଗାଲୁରୁର ଏମ.ଚିନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଆଜିର ମ୍ୟାଚ୍ । କାରଣ ସେମିଫାଇନାଲ୍ ଯିବାକୁ ଉଭୟ ଦଳ ସଂଘର୍ଷ କରୁଛନ୍ତି । ଏବେ କିୱି ବାହିନୀ ୭ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୩ଟି ପରାଜୟ ସହ ୮ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।
ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତିଲେ ସେମିଫାଇନାଲ୍ ନିକଟତର ହେବ । ମଉଳିଯିବ ପାକିସ୍ତାନ ଆଶା । ପାକିସ୍ତାନ ଏହି ମ୍ୟାଚ୍ ଜିତିଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବ । ସେମିରେ ପ୍ରବେଶ କରିବାକୁ ହେଲେ ପାକିସ୍ତାନକୁ ଶେଷ ୨ଟି ଯାକ ମ୍ୟାଚ୍ ଜିତିବା ଜରୁରୀ । ପାକିସ୍ତାନ ୭ଟି ମ୍ୟାଚରୁ ୩ଟି ବିଜୟ ସହ ୬ ପଏଣ୍ଟ ପାଇ ତାଲିକର ଷଷ୍ଠ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ୍ ପାଇଁ ଉଭୟ ଦଳ ସ୍ବତନ୍ତ୍ର ରଣନୀତି କରିଛନ୍ତି । ସେହିପରି ଆଜି ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ।
ତେବେ ଆଜିର ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୧୫ ଓଭର ସୁଦ୍ଧା ୧ ଓ୍ଵିକେଟ ହରାଇ ୧୦୩ ରନ୍ କରିଛି । ରଚିନ ରବିନ୍ଦ୍ର ୪୧ ରନ୍ କରି ଖେଳୁଥିବା ବେଳେ କେନ ଓ୍ଵିଲିୟମସନ ୨୧ ରନ୍ କରି ଖେଳୁଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ କନେଓ୍ଵ ୩୫ ରନ୍ କରି ଆଉଟ୍ ହୋଇଛନ୍ତି ।