ଚଳିତ ବର୍ଷ କେବେ ପଡୁଛି ଧନତରେସ୍‌? ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ

ଦୀପାବଳି ପୂର୍ବରୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଧନତରେସ୍‌ ପର୍ବକୁ ବହୁତ ଖାସ୍ ଧରାଯାଏ । ଏହି ପର୍ବ ସବୁ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥୀରେ ପାଳନ କରାଯାଇଥାଏ । ଯାହାକି ଚଳିତ ବର୍ଷ ୧୦ ନଭେମ୍ବର ଶୁକ୍ରବାର ଦିନ ଏହି ଧନ୍ଵନ୍ତରୀ ଜୟନ୍ତୀ ବା ଧନତରେସ୍‌ ପଡୁଛି ।

ଦୀପାବଳି ପୂର୍ବରୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଧନତରେସ୍‌ ପର୍ବକୁ ବହୁତ ଖାସ୍ ଧରାଯାଏ । ଏହି ପର୍ବ ସବୁ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥୀରେ ପାଳନ କରାଯାଇଥାଏ । ଯାହାକି ଚଳିତ ବର୍ଷ ୧୦ ନଭେମ୍ବର ଶୁକ୍ରବାର ଦିନ ଏହି ଧନ୍ଵନ୍ତରୀ ଜୟନ୍ତୀ ବା ଧନତରେସ୍‌ ପଡୁଛି।

ଚଳିତ ବର୍ଷ ଧନତରେସ୍‌ ପୂଜା ଆରମ୍ଭର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫ଟା୪୭ ମିନିଟ୍ ରୁ ସନ୍ଧ୍ୟା ୭.୪୩ ମିନିଟ୍ ଭିତରେ ହେବ । ଶାସ୍ତ୍ର ଓ ଧାର୍ମିକ ଗ୍ରନ୍ଥ ମୁତାବକ ଧନତରେସ୍‌ରେ ୧୩ଟି ଦୀପ ଲଗାଯାଇଥାଏ । ପାଖାପାଖି ଏହି ପୂଜା ପାଇଁ ୨ଘଣ୍ଟା ସମୟ ମିଳିବ । ଧନତରେସ୍‌ ପୂଜାରେ ଲକ୍ଷ୍ମୀ, ଗଣେଶ, ଧନ୍ଵନ୍ତରୀ ଏବଂ ଭଗବାନ କୁବେରଙ୍କୁ ପୂଜା କରାଯାଇଥାଏ ।

ତେବେ ଏହି ପୂଜା କରିବା ପୂର୍ବରୁ ଜାଣିନିଅନ୍ତୁ ସାମଗ୍ରୀ ଗୁଡିକ ବିଷୟରେ :
.ଝୁରା ଫୁଲ ଏବଂ ଫୁଲ ମାଳ
.ଘିଅ ଦୀପ
.ଅଟାରେ ହାଲୱା
.ଗୁଡ ସହିତ ଧନିଆ ମିଶା ବୁନ୍ଦି ଲଡୁ

maa

ଧନତରେସ୍‌ ପୂଜା ମୁହୂର୍ତ୍ତ:

ଧନତରେସ୍‌ ପୂଜା ମୁହୂର୍ତ୍ତ ସନ୍ଧ୍ୟା ୫ଟା୪୭ ମିନିଟ୍ ରୁ ସନ୍ଧ୍ୟା ୭.୪୩ ମିନିଟ୍ । ଧନତରେସ୍‌ ପୂଜାର ପ୍ରଦୋଷ କାଳ ସନ୍ଧ୍ୟା ୫ଟା୩୦ ମିନିଟ୍ ରୁ ସନ୍ଧ୍ୟା ୮.୦୮ ମିନିଟ୍ ଯାଏ ଏବଂ ବୃଷଭ କାଳ ସନ୍ଧ୍ୟା ୫ଟା ୪୮ ମିନିଟ୍ ରୁ ସନ୍ଧ୍ୟା ୭.୪୪ ମିନିଟ୍ ଯାଏ ରହିଛି ।

ଧନତରେସ୍‌, ନରକ ଚର୍ତୁଦ୍ଦଶୀ ଏବଂ ଦୀପାବଳି ତାରିଖ:

ଚଳିତ ବର୍ଷ ୧୦ ନଭେମ୍ବର ଦିନ ଧନତରେସ୍‌ ପାଳନ କରାଯିବ । ଏହାପରେ ନରକ ଚର୍ତୁଦ୍ଦଶୀ ବା ଛୋଟ ଦୀପାବଳି ୧୧ ନଭେମ୍ବରର ଏବଂ ଦୀପାବଳି ଏବଂ ଲକ୍ଷ୍ମୀ ପୂଜା ୧୨ ନଭେମ୍ବର ଦିନ ପାଳନ କରାଯିବ । ଏହା ସହିତ ୧୩ ନଭେମ୍ବର ଦିନ ଗୋବର୍ଦ୍ଧନ ପୂଜା ଓ ୧୪ ନଭେମ୍ବର ଦିନ ଭାଇ ଦୁଜ୍ ପର୍ବ ପାଳନ କରାଯିବ ।

ଧନତରେସ୍‌ରେ କଣ କିଣିବେ?
ଏମିତି ମାନ୍ୟତା ରହିଛି କି ଧନତରେସ୍‌ ଦିନ କିଣାଯାଇଥିବା ଜିନିଷ ୧୩ ଗୁଣା ବଢିଥାଏ । ଏଥିପାଇଁ ଏହି ଦିନ ବାସନ କୁସନ ବ୍ୟତିତ ସୁନା ରୂପା ଅଳଙ୍କାର କିଣାଯାଇଥାଏ । ଯାହା ଅତି ଶୁଭ ଭାବେ ଧରାଯାଏ । ଏହି ଦିନ ଧନ୍ଵନ୍ତରୀଙ୍କୁ ପୂଜା କଲେ ଜୀବନରେ ଧନ ସମ୍ପତ୍ତିରେ ଅଭାବ ରୁହେନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.