Below header

ଏ କି ପ୍ରକାର ବିପଦର ସଂକେତ, ହୁତୁ ହୁତୁ ହୋଇ ଜଳିଲା ଗୋରଖନାଥ ମନ୍ଦିର ପରିସରରେ ଥିବା ମାନସିକ ବୃକ୍ଷ

ଏହା କୌଣସି ଆସନ୍ନ ବିପତ୍ତିର ସୂଚନା ନୁହେଁ ତ?

ଜଗତସିଂହପୁର (କେନ୍ୟୁଜ) : ଏ କି ପ୍ରକାର ସଂକେତ । କିଛି ବିପଦର ସଂକେତ ଆଉ ନୁହେଁ ତ । ଦେଖିପାରୁଛନ୍ତି ତ କେମିତି ହୁତୁ ହୁତୁ ହୋଇ ଜଳୁଛି ଗଛ ଆଉ ସେଥିରେ ଥିବା ମାନସିକ କପଡା । ଭକ୍ତ ନିଜ ମନର କଥାକୁ ମନାସୀ ଏହି ଗଛରେ ନାଲି କପଡା ନାଲି ଚୁଡି ବାନ୍ଧିଛନ୍ତି । କିନ୍ତୁ ଏଠାରେ ସେହି ଗଛ ଜଳୁଛି ହୁତୁ ହୁତୁ ହୋଇ । ଆଉ ଝମ ଝମ୍‌ ହୋଇ ତଳେ ଖସୁଛି ଚୁଡି ଆଉ ଅଧା ଜଳା ନାଲି କପଡା । ଏ ଦୃଶ୍ୟ ଆଜ୍ଞା ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତି କ୍ଷେତ୍ର ଗୋରେଖ ନାଥ ମନ୍ଦିର ପରିସରର । ଯେଉଁଠି ଭକ୍ତମାନଙ୍କ ଭିଡ ଲାଗିଥିବାବେଳେ ମନ୍ଦିର ସାମ୍ନାରେ ଥିବା କଳ୍ପ ବୃକ୍ଷରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି । ଯାହା ଆଘାତ କରିଛି ଭକ୍ତ ମାନଙ୍କ ମନକୁ ।

ଏ ଦୃଶ୍ୟକୁ ଯିଏ ଦେଖୁଥିଲା ମନ ବ୍ୟଥିତ ହେବା ସହିତ ମନରେ ଏକ ଅଲଗା ପ୍ରକାର ଭାବନା ଆସୁଥିଲା । ଏତେ ବଡ ଅଘଟଣ, ଏମିତିକା ନିଆଁ ପୁଣି ମାନସିକ ଗଛରେ । ଏମିତି ଆହୁରି ଅନେକ କିଛି ଆସୁଥାଏ ଭକ୍ତଙ୍କ ମନରେ । ତେବେ କୁହାଯାଉଛି ଯେ ଭକ୍ତ ମାନେ ମାନସିକ କରି ବଟବୃକ୍ଷରେ ବାନ୍ଧୁ ଥିବା ଧାଗାରେ ଭକ୍ତ ମାନେ ଦେଇଥିବା ଦୀପରୁ ନିଆଁ ଲାଗି ଜଳି ଯାଇଥିଲା । ଯାହାପରେ ଧାଗା ଓ ବଟ ବୃକ୍ଷର କିଛି ଅଂଶ ଜଳି ଉଠିଥିଲା । ପରେ ଲୋକମାନେ ଏହି ନିଆଁ କୁ ଆୟତ କରିଥିବା ବେଳେ ,ଅସାବଧାନତାରୁ ଏପରି ହୋଇଛି ବୋଲି କହି ଛନ୍ତି ମନ୍ଦୀର ପ୍ରଶାସକ ।

କିନ୍ତୁ ଏହା ବିପଦ ସୃଷ୍ଟି କରିଛି ଭକ୍ତ ମାନଙ୍କ ମନରେ । ନିଆଁ ଲାଗିବା ଏକ ଅଶୁଭ ସୂଚନା, କାଳେ କେଉଁଠି ଭୁଲ ଭଟକା ହେଇଯାଇନି ତ । ନୀତି କାନ୍ତିରେ କିଛି ଅସୁବିଧା ହୋଇଛି କି ଯାହାର ପରିଣାମ ସ୍ୱରୂପ ଏପରି ଦେଖିବାକୁ ମିଳିଛି । ଏସବୁ ଭାବନା ଭକ୍ତ ମାନଙ୍କ ମନରେପ୍ରଶ୍ନବାଚୀ ସୃଷ୍ଟି କରିଛି । କିନ୍ତୁ ମନ୍ଦିରର ମୁଖ୍ୟ ପୂଜକ ଦିଲୀପ କୁମାର ପଣ୍ଡା ଏହା ଅସାବଧାନତାରୁ ହୋଇଥାଇପାରେ ବୋଲି କହିଛନ୍ତି । ଯଦି ଏହାକୁ ସୁଧୁରା ନଯାଏ ତେବେ ଆଗକୁ ମହାବିପତ୍ତି ହୋଇପାରେ ବୋଲି କହିଛନ୍ତି ପୂଜକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.