ଛାତରୁ ଡେଇଁ ଚମ୍ପଟ ମାରିଲେ, ପଡ଼ୋଶୀ ଘରୁ ହେପାଜତକୁ ନେଲା ଭିଜିଲାନ୍ସ

ଛାତରୁ ଡେଇଁ ଚମ୍ପଟ ମାରିଲେ, ପଡ଼ୋଶୀ ଘରୁ ହେପାଜତକୁ ନେଲା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSSର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ ।

ଭୁବନେଶ୍ୱର (କେନ୍ୟୁଜ): ଛାତରୁ ଡେଇଁ ଚମ୍ପଟ ମାରିଲେ, ପଡ଼ୋଶୀ ଘରୁ ହେପାଜତକୁ ନେଲା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSSର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଟିମ୍।

ଭୁବନେଶ୍ୱର ଜାଗମରାରେ ଥିବା ଭିଲ୍ଲା, ଅଫିସ ଓ ଆସ୍କାରେ ଥିବା ପୈତୃକ ଘରେ ରେଡ୍ ଚାଲିଛି। ଚଢ଼ାଉରେ ୬ ଡିଏସ୍ ପି, ୩ ଇନ୍ସପେକ୍ଟର, ୭ ଜଣ ASI ସାମିଲ ଅଛନ୍ତି। ଆଜି ସକାଳେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କ ଘରେ ରେଡ୍ କରିଥିଲା ଟିମ୍।

ତେବେ ଭିଜିଲାନ୍ସ ଅଧିକାରୀ କବାଟ ବାଡେଇବାରୁ ଛାତରୁ ଡେଇଁ ଚମ୍ପଟ ମାରିଥିଲେ ଜେଇ। ଘର ଛାଡି ପାଖ ପଡୋଶୀଙ୍କ ଘରେ ଲୁଚିଥିବାବେଳେ ତାଙ୍କୁ ନିଜ ହେପାଜତକୁ ନେଇଛି ଭିଜିଲାନସ। ।

Leave A Reply

Your email address will not be published.