କଟକ ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ, ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି

କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି। ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ହେବ ଏହି ନବୀକରଣ କରାଯିବ । ଏଥିପାଇଁ ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ଡିପିଆର। ଏନେଇ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକ-ଏଜିଏମ ବୈଠକରେ ନିଷ୍ପତ୍ତି ହୋଇଛି।

ଏଥିପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ ଓସିଏ। ବାରବାଟୀ ଜମି ଅଲମ୍ପିକ ଆସୋସିଏସନ ଓ ଓସିଏ ଉଭୟ କ୍ରୀଡା ସଙ୍ଗଠନ ନାମରେ ଚୁକ୍ତି ପାଇଁ ଅନୁରୋଧ କରାଯିବ । ବାରବାଟୀ ଷ୍ଟାଡିୟମରେ ଉପଲବ୍ଧ ହେବ ସମସ୍ତ ଅନ୍ତର୍ଜାତୀୟ ସୁବିଧା ସୁଯୋଗ। ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସଂପାଦକ ସଂଜୟ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ବୈଠକରେ ସାମିଲ ଥିଲେ ।

ବାରବାଟୀ ଷ୍ଟାଡିୟମକୁ ନୂଆ କରି ଗଢିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରସ୍ତାବ ରଖିବ ଓସିଏ। ଏନେଇ ରିପୋର୍ଟ ଚୂଡାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଓସିଏ କର୍ମକର୍ତ୍ତା। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ଓସିଏ ଏଜିଏମ ବୈଠକରେ ବାରବାଟୀରେ ମ୍ୟାଚ ଆୟୋଜନ ନେଇ ବିଶେଷ ଭାବେ ଆଲୋଚନା ମଧ୍ୟ କରାଯାଇଛି। ବାରବାଟୀରେ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତାବ ଦିଆଯାଇଛି।

ଟେଷ୍ଟ ମ୍ୟାଚ ପାଇଁ ଆଇସିସିର ଅନୁମତି ଆବଶ୍ୟକ। ଏ ନେଇ ବିସିସିଆଇ ସଂପାଦକଙ୍କୁ ଜଣାଇ ଦିଆଯାଇଛି। ଆଇସିସି ର ଏକ ଟିମ ବାରବାଟୀ ଷ୍ଟାଡିୟମ ଓ ଅନ୍ଯ ବ୍ୟବସ୍ଥା ବୁଲି ଏଥିପାଇଁ ରିପୋର୍ଟ ଦେବେ। ବାରବାଟୀରେ ଦିନିକିଆ ଓ ଟି ଟ୍ବେଣ୍ଟି ରୋଟେସନ ନୀତିରେ ହେବ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.