ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମାଙ୍କୁ ନେଇ ଏକ ବଡ଼ ଖବର ଆସିଛି। ମୁମ୍ବାଇରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବଲିଉଡ୍‌ର ଭାଇଜାନ ସଲମାନ ଖାନଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମାଙ୍କୁ ନେଇ ଏକ ବଡ଼ ଖବର ଆସିଛି। ମୁମ୍ବାଇରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ଆଶ୍ୱସ୍ତିକର କଥା ଯେ ଦୁର୍ଘଟଣା ସମୟରେ ସେ କାର୍‌ ଭିତରେ ନ ଥିଲେ। କାର୍‌ରେ କେବଳ ତାଙ୍କ ଡ୍ରାଇଭର ଥିଲେ।

ସୂଚନା ମୁତାବକ, ଡ୍ରାଇଭର ଜଣକ ମୁମ୍ବାଇରେ କାର୍‌ ନେଇ ଗ୍ୟାସ୍‌ ଷ୍ଟେସନ ଆଡ଼କୁ ଯାଉଥିଲେ। ଏହି ସମୟରେ ଜଣେ ବାଇକ୍‌ ଚାଳକ ଆସି ତାଙ୍କ କାର୍‌ ସହ ପିଟି ହୋଇଯାଇଥିଲେ। ତେବେ ଦୁର୍ଘଟଣାରେ କେହି ଆହତ ହୋଇଥିବା ନେଇ ଖବର ନାହିଁ। ମୁମ୍ବାଇର ଖାର୍‌ ଜିମ୍‌ ଖାନା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏପରି କି, ଆୟୁଷ ଶର୍ମା କି ସଲମାନ ଖାନଙ୍କ ତରଫରୁ ମଧ୍ୟ କିଛି ବୟାନ ସାମ୍ନାକୁ ଆସିନାହିଁ।

ଆୟୁଷ ଶର୍ମା ସଲମାନ ଖାନଙ୍କ ଭଉଣୀ ଅର୍ପିତାଙ୍କୁ ବିବାହ କରିଛନ୍ତି। କପଲ୍‌ଙ୍କର ଦୁଇ ସନ୍ତାନ ଅଛନ୍ତି। ଆୟୁଷ ୨୦୧୮ରେ ଫିଲ୍ମ ‘ଲଭ୍‌ରାତ୍ରି’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସଲମାନ ଖାନ ନିଜ ବ୍ୟାନରରେ ଏହି ଫିଲ୍ମକୁ ପ୍ରଯୋଜନା କରିଥିଲେ।  ଯଦିଓ ଏହି ଫିଲ୍ମ ବକ୍ସ ଅଫିସ୍‌ରେ କିଛି ଖାସ୍‌ କମାଲ କରିପାରି ନ ଥିଲା।

୨୦୨୩ ଅକ୍ଟୋବରରେ ଆୟୁଷ ଶର୍ମା ବଲିଉଡ୍‌ରେ ନିଜ କ୍ୟାରିୟରର ୫ ବର୍ଷ ପୂରଣ କରିଛନ୍ତି। ୨୦୨୧ରେ ସେ ‘ଅନ୍ତିମ: ଦ ଫାଇନାଲ୍‌ ଲାଷ୍ଟ୍‍ ଟ୍ରୁଥ୍‌’ରେ ନଜର ଆସିଥିଲେ, ଯେଉଁଥିରେ ସେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.