ବାରାଣସୀରେ ଚାଲିଥିଲା ରୋଡ୍‌ ଶୋ’, ଆମ୍ବୁଲାନ୍ସ ଦେଖି ନିଜ ଗାଡ଼ି ଅଟକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇ ଦିବସୀୟ ଯାତ୍ରାରେ ବାରାଣସୀରେ ଅଛନ୍ତି। ଏହି ସମୟରେ ଯେତେବେଳେ ସେ ରୋଡ୍‌ ଶୋ’ କରୁଥିଲେ, ସେହି ବାଟ ଦେଇ ଏକ ଆମ୍ବୁଲାନ୍ସ ଯାଉଥିଲା। ଆମ୍ବୁଲାନ୍ସ ଦେଖି ପିଏମ୍‌ ମୋଦି ନିଜ ଗାଡ଼ିକୁ କିଛି ସମୟ ପାଇଁ ଅଟକାଇ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇ ଦିବସୀୟ ଯାତ୍ରାରେ ବାରାଣସୀରେ ଅଛନ୍ତି। ଏହି ସମୟରେ ଯେତେବେଳେ ସେ ରୋଡ୍‌ ଶୋ’ କରୁଥିଲେ, ସେହି ବାଟ ଦେଇ ଏକ ଆମ୍ବୁଲାନ୍ସ ଯାଉଥିଲା। ଆମ୍ବୁଲାନ୍ସ ଦେଖି ପିଏମ୍‌ ମୋଦି ନିଜ ଗାଡ଼ିକୁ କିଛି ସମୟ ପାଇଁ ଅଟକାଇ ଦେଇଥିଲେ, ଯାହାର ଭିଡିଓ ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି।

ପ୍ରଧାନମନ୍ତ୍ରୀ ମୋଦି ରବିବାର ବାରାଣସୀରେ ନିଜର ରୋଡ୍‌ ଶୋ’ ବେଳେ ଏକ ଆମ୍ବୁଲାନ୍ସ ଦେଖି କାର୍‌କେଡକୁ ଅଟକାଇ ଦେଇଥିଲେ। କହି ରଖୁଛୁ ଯେ ଏହି ଦୁଇ ଦିନିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବାରାଣସୀ ଏବଂ ପୂର୍ବାଞ୍ଚଳ ପାଇଁ ୧୯,୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୩୭ଟି ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାପରେ ଏଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ସେ ନାମୋ ଘାଟରୁ କାଶୀ ତାମିଲ ସଙ୍ଗମ୍‌ ୨.୦କୁ ମଧ୍ୟ ଉଦ୍‌ଘାଟନ କରିବେ।

ଏହି ପରି କନ୍ୟାକୁମାରୀରୁ ବାରାଣସୀ ପର୍ଯ୍ୟନ୍ତ ନୂତନ ଟ୍ରେନ୍‌କୁ ମୋଦି ଶୁଭାରମ୍ଭ କରିବା ବ୍ୟତୀତ କଟିଙ୍ଗ ମେମୋରିଆଲ୍ ସ୍କୁଲ୍ ପଡ଼ିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମଧ୍ୟ ଅଂଶଗ୍ରହଣ କରିବେ। ଏଠାରେ ସେ ପିଏମ୍‌ ଆବାସ, ପିଏମ୍‌ ସ୍ୱନିଧି, ପିଏମ୍‌ ଉଜ୍ଜ୍ୱଳା ଭଳି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.