ବରଗଡ଼ ଶିଶୁ ସେଲଟର ହୋମ୍‌ରେ ଚଢାଉ

ବରଗଡ(କେନ୍ୟୁଜ୍) : ରାଜ୍ୟର ସମସ୍ତ ଶିଶୁ ସେଲଟର ହୋମ୍‌ରେ ଏନ୍‌ସିପିସିଆର୍‌ ଏବଂ ଓଏସ୍‌ସିପିସିଆର୍‌ ଟିମ୍‌ର ଯାଞ୍ଚ । ଆଜି ଏହି ଟିମ୍‌ର ଦୁଇ ଜଣ ସଦସ୍ୟ ବରଗଡ ଶିଶୁ ସେଲଟର ହୋମ୍‌ରେ ଚଢାଉ କରିଛନ୍ତି । ବରଗଡ଼ ବ୍ଲକ ତୋରା ପାଖରେ ଥିବା ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍‌ ସେଲଟର ହୋମ୍‌ରେ ରେଡ୍‌ ହୋଇଛି । ଜାତୀୟ ଶିଶୁ ସୁରକ୍ଷା କମିଶନରର ଅରୁଣ କୁମାର ଶର୍ମା ଓ ରାଜ୍ୟ ଶିଶୁ ସୁରକ୍ଷା କମିଶନର ଗୀତାଞ୍ଜଳି ବସ୍ତିଆ ସେଲଟର ହୋମ୍‌ରେ ଖୋଳତାଡ କରିଛନ୍ତି । ଦୁଇ ଜଣିଆ ଟିମ୍‌ ବରଗଡ଼ ଜିଲ୍ଲାର ସମସ୍ତ ଶିଶୁ ଆଶ୍ରମ ଓ ଅନାଥ ଆଶ୍ରମ ଗୁଡିକୁ ଯାଇ ଯାଞ୍ଚ କରିବାର କାର‌୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.