ଆଜି ବାରଙ୍ଗ କାର୍ତ୍ତିକେଶ୍ୱର ଭସାଣ, ଅପରାହ୍ନ ୪ଟାରୁ ରାସ୍ତା ବନ୍ଦ

ଭୁବନେଶ୍ୱର(କେନ୍ୟୁଜ୍):ଆଜି ବାରଙ୍ଗ କାର୍ତ୍ତିକେଶ୍ୱର ଭସାଣ । ଅପରାହ୍ନ ୪ଟାରୁ ରାସ୍ତା ବନ୍ଦ । ଭସାଣ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଞ୍ଚଳିକ ଶାନ୍ତି କମିଟି ଓ ପୋଲିସ ପ୍ରଶାସନର ମିଳିତ ବୈଠକରେ ଅପରାହ୍ନ ୪ଟାରୁ ରାତି ୧୦ଟା ଯାଏ ବାରଙ୍ଗ ରାସ୍ତାରେ ଯାନ ବାହନ ଚଳାଚଳ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି ।

କଟକ, ଭୁବନେଶ୍ୱର, ଆଠଗଡ, ନରସିଂହପୁରକୁ ଯାତାୟତ କରିବାକୁ ଥିବା ଲୋକ ବାରଙ୍ଗ ରାସ୍ତା ପରିବର୍ତ୍ତେ ଜାତୀୟ ରାଜପଥ ଦେଇ ଯିବେ । ଏଥର ଦାଢାପାଟଣାର ୧୫ଟି ଓ ତ୍ରିଶୁଳିଆ ଛକ ପଟରୁ ୩୩ଟିକୁ ମିଶାଇ ମୋଟ ୪୮ଟି ମେଢ ଭସାଣ ଯାତ୍ରାରେ ସାମିଲ ହେଉଛନ୍ତି । ଭସାଣ ପାଇଁ ୫ ପ୍ଳାଟୁନ୍‌ ଫୋର୍ସ, ୭ ଜଣ ଇନସପେକ୍ଟର, ୧୫ ଜଣ ପୋଲିସ୍‌ ଅଧିକାରୀ, ୧୦ ଜଣ କର୍ମଚାରୀ, ୧୫ ଜଣ ହାବିଲଦାର ଓ ୧୫ ଜଣ ହୋମଗାର୍ଡ ନିୟୋଜିତ ରହିବେ ।

ଭସାଣ ବେଳେ ରାସ୍ତାରେ ଅଟକିବ ନାହିଁ ମେଢ । ଫଳରେ ଚଳିତ ବର୍ଷ ଆଞ୍ଚଳିକ ଶାନ୍ତି କମିଟିର କର୍ମକର୍ତ୍ତା ବାରଙ୍ଗ ଥାନା ପାଖ ମଣ୍ଡପ ଛାଡି ମେଢ ମୁରବିଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ସବୁ ମେଢ ପାଖକୁ ଆସିବେ । ମେଢ ବିସର୍ଜନ ପାଇଁ ବାରଙ୍ଗ ବ୍ଳକ ନିକଟରେ କୁତ୍ରିମ ପୋଖରୀର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.