ଆମକୁ ୬୦ରୁ ଅଧିକ ହେଲାଣି କିନ୍ତୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ଚାନ୍ଦବାଲି (କେନ୍ୟୁଜ) : ଆମ ଉପରେ କାହାର ବି ନଜର ପଡୁନି। ଆମେ ଶୁଣିଛୁ ୬୦ ବର୍ଷ ପରେ ବାର୍ଦ୍ଧକ୍ୟ ଭତ୍ତା ମିଳେ, କିନ୍ତୁ ଆମକୁ ତ ୬୫, ୬୮ ବର୍ଷ ହେଲାଣି। କିନ୍ତୁ କେହି ବି ଆମ ଆଡକୁ ନଜର ପକାଉନାହାଁନ୍ତି। ଭତ୍ତା ପାଇବାର ବୟସ ହୋଇବି ଏପର୍ଯ୍ୟନ୍ତ ମିଳିନି ବାର୍ଦ୍ଧକ୍ୟ ଭତ୍ତା। ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ସମସ୍ତଙ୍କ ପାଖରେ ଗୁହାରି କଲା ପରେ ହବ ହବରେ ଅଟକିଯାଇଛି ଏମାନଙ୍କ ଭତ୍ତା।

ଇଏ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତ ସୁନ୍ଦରପୁର ଗାଁର ଆନନ୍ଦ ମହାଳିକ । ୬୦ ଯାଇ ୬୬ ବୟସ ହେଲାଣି ବୃଦ୍ଧ ଆନନ୍ଦଙ୍କର । ତଥାପି ମିଳୁନି ବାର୍ଦ୍ଧକ୍ଯ ଭତା । ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟରେ ପଦୁ ବାବୁ ନାମକ ବ୍ୟକ୍ତିଙ୍କୁ ଭତା କରାଇଗେବାକୁ ଫର୍ମ ଦେଇଥିଲେ ହେଲେ ବାବୁ ଜଣକ ଏଇ ମାସ ଆର ମାସ କହି କହି ଠକିଚାଲିଥିବାର ଅଭିଯୋଗ କରିଛନ୍ତି ବୃଦ୍ଧ ଆନନ୍ଦ । ଆଉ ଏ ହେଉଛନ୍ତି ସମାନ ଗାଁର ବୃଦ୍ଧା ବାୟାଣୀ ମହାଳିକ । ୟାଙ୍କର ବି ବୟସ ୬୬ ଚାଲିଛି । ଭତ୍ତା ପାଇଁ ପଦୁ ନାମକ ବ୍ୟକ୍ତିକୁ ତିନିଶହ ଟଙ୍କା ଦେଇବି ଆଜି ପର୍ଯ୍ୟନ୍ତ ଭତ୍ତା ମିଳିନଥିବାର ଅଭିଯୋଗ କରିଛନ୍ତି। ଭତ୍ତା ମିଳିଥିଲେ ଏହି ଲକଡାଉନ ସମୟରେ ଏହି ବୁଢ଼ାବୁଢ଼ିଙ୍କ ପାଇଁ ସାହାଯ୍ୟ ହୋଇଥାନ୍ତା ବୋଲି କହିଛନ୍ତି ଏମାନେ।

ତେବେ କେବଳ ଆନନ୍ଦ କି ବାୟାଣୀ ନୁହେଁ ସୁନ୍ଦରପୁର ଗାଁର ପାଖାପାଖି ୧୨ରୁ ଉର୍ଦ୍ଧ ହିତାଧିକାକରୀଙ୍କର କାହାର ୬୫ ତ ପୁଣି ଆଉ କାହାର ୬୬ ହେଲାଣି ଅଥଚ ସେମାନଙ୍କୁ ସରକାରଙ୍କ ତରଫରୁ ବାର୍ଦ୍ଧକ୍ଯ ଭତା ମିଳୁନଥିବା ଅଭିଯୋଗ ହୋଇଛି । ବାରମ୍ବାର ଆବେଦନ ମଧ୍ୟ କରିଛନ୍ତି ଏମାନେ ହେଲେ କଣ ପାଇଁ ଭତ୍ତା ମିଳୁନି କାହାରି ପାଖରରେ ନାହିଁ ଉତ୍ତର । ବର୍ତମାନ ସମୟରେ କରୋନା ମହାମାରି ପାଇଁ ସରକାରଙ୍କ ତରଫରୁ କଡା କଟକଣା । ତେଣୁ ଭତ୍ତା ଟଙ୍କା ମିଳିଥିଲେ ଏ ସମୟରେ କିଛି ଦୁଃଖ ଲାଘବ ହୋଇଥାନ୍ତା ବୋଲି କହିଛନ୍ତି ଭତ୍ତା ଅପେକ୍ଷାରେ ଥିବା ହିତାଧିକାରୀ ।

ତେବେ ପ୍ରଶାସନ ଏମାନଙ୍କ କଥାକୁ ଗୁରୁତ୍ୱ ଦେଇ ତୁରନ୍ତ ଏହି ସବୁ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାର ବ୍ଯବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.