ପୃଷ୍ଟିକର ଖାଦ୍ୟ ରୂପେ ଚୁଡ଼ା ଉପମା ଶରୀରକୁ ପ୍ରଦାନ କରେ ଅନେକ ଶକ୍ତି, ଜାଣନ୍ତୁ

ଆପଣ ଦିନ ତମାମ ଯେଉଁ ଖାଦ୍ୟ ଗ୍ରହଣ କରନ୍ତି ସେସବୁ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ । ବିଶେଷ କରି ସକାଳ ଜଳଖିଆ ଦିନ ମାନଙ୍କର ସବୁଠୁ ଜରୁରୀ ହୋଇଥାଏ । ଯାହା ଶରୀର ଉପରେ ଲମ୍ବା ସମୟ ଧରି ରହିଥାଏ । ତେଣୁ ଇଂରାଜୀରେ କୁହାଯାଏ, “Eat Breakfast like a king”।

ଅର୍ଥାତ ରାଜାଙ୍କ ଭଳି ସକାଳ ଜଳଖିଆ ଖାଇବା ଉଚିତ । କାରଣ ଏହା ଶରୀର ଉପରେ ଲମ୍ବା ସମୟ ଧରି ପ୍ରଭାବ ପକାଇଥାଏ । ତେବେ ଏହି ସମୟରେ ଆପଣଙ୍କୁତ୍ତଉତ୍ତମ ଖାଦ୍ୟ ସେବନ କରିବାର ଅଛି । ଯାହା ଆପଣଙ୍କୁ ଉତ୍ତମ ପୋଷଣ ପ୍ରଦାନ କରିବ । ତେଣୁ ଏହା ଆପଣଙ୍କୁ ନିଷ୍ପତ୍ତି କରିବା ପାଇଁ ହେବ ଆପଣ କେଉଁ ଖାଦ୍ୟ ଗ୍ରହଣ କରିବେ ।

ଚୁଡ଼ା ଉପମା ସମସ୍ତଙ୍କ ପସନ୍ଦ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଗଦାୟକ ହୋଇଥାଏ । ଯଦି ଆପଣ ଜଳଖିଆରେ ପୋହା ବା ଚୁଡ଼ା ଉପମା ଖାଉଛନ୍ତି ତେବେ ଆପଣଙ୍କ ଓଜନ କମିବା ସହ ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି ପାଇଥାଏ । ଚୁଡାରେ ଆଇରନ ରହିଥାଏ । ଯାହା ପିଲା ଏବଂ ଗର୍ଭବତୀଙ୍କ ପାଇଁ ପୃଷ୍ଟିକର ହୋଇଥାଏ । ଏହାଦ୍ୱାରା ସେମାନଙ୍କ ହିମୋଗ୍ଲୋବିନ ମାତ୍ରା ବଢ଼ିଥାଏ ।

ଶରୀରରେ ଉର୍ଜା ଭରିଥାଏ । ଏଥିରେ କାର୍ବୋ ହାଇଡ୍ରେଟ ଅଧିକ ପରିମାଣର ରହିଥାଏ । ଯାହା ଶରୀରକୁ ଶକ୍ତି ପ୍ରଦାନ କରେ । ଶରୀରରୁ ଓଜନ ହ୍ରାସ କରିବାରେ ସହାୟକ ହୁଏ । ଏହାସହ ଶରୀରକୁ ଭିଟାମିନ, ମିନେରାଲ ଏବଂ ଆଣ୍ଟି ଅକ୍ସି ଡେଣ୍ଟ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.