Below header

ତ୍ୱଚାକୁ ସଂକ୍ରମିତ ହେବାରୁ ରକ୍ଷା କରନ୍ତୁ, ମାନନ୍ତୁ ଏହିସବୁ ଘରୋଇ ବ୍ୟୁଟି ହାଇଜିନ ଟିପ୍ସ

ସମସ୍ତେ ନିଜ ତ୍ୱଚାକୁ ନେଇ ବେଶ ଯତ୍ନବାନ ରହିଥାନ୍ତି । ବିଶେଷ କରି ଝିଅମାନେ ସୁନ୍ଦର ଦେଖାଯିବା ପାଇଁ ଅନେକ ବ୍ୟବସ୍ଥା ଅପାଣାନ୍ତି । କିଛିଜଣ ପାର୍ଲର ଯାଇଥାନ୍ତି ତ ଅନ୍ୟ କିଛି ଜଣ ଘରୋଇ ଉପାୟରେ ନିଜକୁ ସୁନ୍ଦର କରନ୍ତି । ଏହି ସବୁ ମଧ୍ୟରେ ପ୍ରଥମେ ହାଇଜିନ ରହିବାର କଥାକୁ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ।

ସୁନ୍ଦର ହେବା ସହ ହାଇଜିନ ରହିବା ନିହାତି ଜରୁରୀ ହୋଇଥାଏ । କାରଣ ଯଦି ଆପଣ ବ୍ୟୁଟି ହାଇଜିନ ପ୍ରତି ଧ୍ୟାନ ଦେଉନାହାନ୍ତି ତେବେ ଇନଫେକସନ ହେବାର ସମ୍ଭାବନା ବଢ଼ିଯିବ । ଯାହା ଘାତକ ମଧ୍ୟ ହୋଇପାରେ । ଶରୀର ମଧ୍ୟରେ ଏହା ଅନେକ ସମସ୍ୟା ସୃଷ୍ଟି କରେ । ତେବେ ଆଜି ଆମେ ଆପଣଙ୍କୁ ଏଥିପାଇଁ କିଛି ଟିପ୍ସ କହିବୁ । ଯାହାକୁ ଆପଣ ମାନିଲେ ଏହି ସମସ୍ୟାରୁ ମୁକ୍ତ ରହିବେ ।

ବ୍ୟୁଟି ହାଇଜିନ ଅର୍ଥ ନିଜ ତ୍ୱଚା ସହ କେଶ, ନଖ, ଆଖି , ନାକ ଆଦି ସଫା ରଖିବା । ଏହାସହ ମେକଅପ ବ୍ରଶ କିମ୍ବା ଟୁଲ୍ସକୁ ସଫା ରଖିବା ।

– ଚେହେରାରେ ପିମ୍ପଲସ ହୋଇଥିଲେ ଏହାକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ ।

– ନାପକିନ ବ୍ୟବହାର କରୁଥିଲେ ଏହାକୁ ସଫା ରଖନ୍ତୁ ।

– ମୁହଁରେ ବ୍ୟବହାର କରୁଥିବା ସମସ୍ତ ଜିନିଷକୁ ସଫା ରଖନ୍ତୁ । ଏହା ନକଲେ ଇନଫେକସନ ହେବାର ସମ୍ଭାବନା ରହିବ ।

– ଖରାପ ହାତରେ ମୁହଁକୁ ସ୍ପର୍ଶ କରନ୍ତୁ ନାହିଁ । ହାତକୁ ନିୟମିତ ରୂପେ ସଫା ରଖନ୍ତୁ ।

– ନଖ କାଟିବା ସହ ଏହାକୁ ଲେମ୍ବୁରେ ସଫା କରନ୍ତୁ ।

– କେଶକୁ ୩ ଦିନରେ ଥରେ ଧୁଅନ୍ତୁ ।

– ନିଜ ମେକଅପ ଜିନିଷ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । ଏହାଦ୍ୱାରା ଇନଫେକସନ ହେବ ।

– ଲିପଷ୍ଟିକକୁ ବ୍ରଶରେ ଲଗାଇବା ପାଇଁ ଚେଷ୍ଟା କରନ୍ତୁ ।

– ଏହି ସବୁ ଜିନିଷ ସହ ନିଜ ପାନିଆ କିମ୍ବା ଅଲଗା ମେକଅପ ଜିନିଷକୁ ସଫା କରି ରଖନ୍ତୁ । ଅନ୍ୟ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.