ରାଜଧାନୀରେ ଲଜ୍ଜା: ଘରର ପ୍ଲାନ୍ କରାଇଦେବା ଆଳରେ ମହିଳାଙ୍କୁ ଦୁଷ୍କର୍ମ, ବନ୍ଧା ହେଲେ ବିଡିଏ ଫିଲ୍ଡ ଇନସପେକ୍ଟର

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଲଜ୍ଜା । ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ବିଡିଏ ଫିଲ୍ଡ ଇନସପେକ୍ଟର ମନୋରଞ୍ଜନ । ଘରର ପ୍ଲାନ କରାଇଦେବା ଆଳରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତ ଫେବ୍ରୁଆରୀ ୯ ତାରିଖରେ ଲକ୍ଷ୍ମୀ ସାଗର ଥାନାରେ ଏନେଇ ମହିଳା ଜଣକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରିବା ସହ ମନୋରଞ୍ଜନଙ୍କ ଘରେ ବାରମ୍ବାର ଚଢାଉ କରିଥିଲା ପୋଲିସ୍‌ ।

ଗିରଫ ଭୟରେ ମନୋରଞ୍ଜନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ । ଜାମିନ ଆଗ୍ରାହ୍ୟ ହେବା ସହ ତଳ କୋର୍ଟରେ ୪ ସପ୍ତାହ ମଧ୍ୟରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ମନୋରଞ୍ଜନ ବିଡିଏ କାର୍ଯ୍ୟାଳୟରେ ଥିବା ବେଳେ ପୋଲିସ୍ ତାଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.