କୁଆଡ଼େ ଗଲେ ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋର? ଅଜଗର ଗିଳିବାକୁ ନେଇ ଥମୁନି ସସପେନ୍ସ

ବାଙ୍କୀ(କେନ୍ୟୁଜ୍): ବୃଦ୍ଧଙ୍କୁ ଅଜଗର ଗିଳିବାକୁ ନେଇ ଥମୁନି ସସପେନ୍ସ । ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାନମୁଣ୍ଡଳୀ ଗାଁର ଏହି ଘଟଣାକୁ ନେଇ ରାଜ୍ୟରେ ଏବେ ଚର୍ଚ୍ଚା । କୁଆଡ଼େ ଗଲେ ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋର ବେହେରା । ଗତ ୨୮ ତାରିଖରୁ ତାଙ୍କର ପତ୍ତା ମିଳୁନି । ଘର ଲୋକ ବହୁ ଖୋଜାଖୋଜି କରିଥିଲେ ବି ତାଙ୍କର ଏଯାଏ ସନ୍ଧାନ ମିଳୁନି । ଗାଁ ଲୋକେ ଖୋଜା ଖୋଜି ବେଳେ ଜଙ୍ଗଲରୁ ତାଙ୍କର ଟିଭିଏସ ଗାଡି ମିଳିଥିଲା । ଗଛରେ ବନ୍ଧା ହୋଇ ରହିଥିଲା ଲୁଗା ।

ନନ୍ଦକିଶୋରଙ୍କ ଗାଡି ପଡିଥିବା ସ୍ଥାନରୁ ପ୍ରାୟ ଆଠଶହ ମିଟର ଦୂରରେ ଗୋଟିଏ ଅଜଗର ସାପକୁ ଦେଖିଥିଲେ ପରିବାର ଓ ଗାଁ ଲୋକ । ସମସ୍ତେ ସନ୍ଦେହ କରୁଛନ୍ତି ଅଜଗର ନନ୍ଦକିଶୋରଙ୍କୁ ଗିଳି ଦେଇଛି । ଅଜଗରର ପେଟକୁ ସ୍କାନିଂ କରିବାକୁ ଦାବି କରିଛନ୍ତି । ସେପଟେ ଅଜଗର ପେଟରେ ନନ୍ଦକିଶୋର ଥିବା ଖବରକୁ ବନ ବିଭାଗ ଅସ୍ୱୀକାର କରିଛି । ଅଜଗରଟି ଧୀରେ ଧୀରେ ପାହାଡ଼ ଖୋଲକୁ ପଳାଇଛି । ନନ୍ଦ କିଶୋର ନିଖୋଜ ହେବାକୁ ୧୦ ଦିନ ବିତିଲାଣି । ବୃଦ୍ଧ ବ୍ୟବସାୟୀ ନନ୍ଦକିଶୋର ବେହେରା ଏବେ କେଉଁଠି? ଅଜଗର ପେଟରେ ନା ନିଖୋଜ? ସନ୍ଦେହରେ ଗ୍ରାମବାସୀ । ବାଙ୍କୀ ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.