ଫ୍ଲପ୍ ପରେ ଅକ୍ଷୟଙ୍କ ଭାଗ୍ୟ ଉଜ୍ଜ୍ୱଳ କଲା ଏହି ଫିଲ୍ମ, IMDb ରେ ଅକ୍ଷୟ କୁମାରଙ୍କ ଫିଲ୍ମ୍ କଟପୁତ୍ଲିକୁ ସର୍ବାଧିକ ରେଟିଙ୍ଗ

୨୦୨୨ ବର୍ଷ ଅକ୍ଷୟ କୁମାରଙ୍କ ପାଇଁ ବିଶେଷ କିଛି ଖାସ ନଥିଲା । ପ୍ରଥମେ ବଚ୍ଚନ ପାଣ୍ଡେ, ତାପରେ ପୃଥ୍ବୀରାଜ୍ ଏବଂ ବର୍ତ୍ତମାନ ରକ୍ଷା ବନ୍ଧନ ଫିଲ୍ମରେ ସେ ନଜର ଆସିଥିଲେ । ଅଭିନେତାଙ୍କ ତିନିଟି ବ୍ୟାକ୍ ଟୁ ବ୍ୟାକ୍ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ଥିଲା । ତେବେ ଖିଲାଡି କୁମାର ହାର ମାନିନଥିଲେ। ‘ରକ୍ଷା ବନ୍ଧନ’ର ରିଲିଜ୍ ହେବାର ମାତ୍ର ୨୨ ଦିନ ପରେ ସେ ଅନ୍ୟ ଏକ ଚଳଚ୍ଚିତ୍ର ନେଇ ଦର୍ଶକଙ୍କ ନିକଟକୁ ଆସିଥିଲେ।

କିନ୍ତୁ, ଏଥର ସେ ସିନେମା ପ୍ରେମୀଙ୍କୁ ପ୍ରେକ୍ଷାଳୟରେ ନୁହେଁ ବରଂ OTT ପ୍ଲାଟଫର୍ମରେ ଭେଟିଥିଲେ। ଅକ୍ଷୟ କୁମାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସେ ଆଜି ପ୍ରଶଂସାର ଅଧିକାରୀ ହୋଇ ପାରିଛନ୍ତି।୨୦୨୨ ରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ସବୁ ଚଳଚ୍ଚିତ୍ର ମଧ୍ୟରେ ସର୍ବୋଚ୍ଚ ମାନ୍ୟତା ପାଇଥିବା ଚଳଚ୍ଚିତ୍ର ହୋଇପାରିଛି କଟପୁତ୍ଲି। ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ରଗୁଡ଼ିକର ମୂଲ୍ୟାୟନ କରାଗଲେ, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଚାରୋଟି ଚଳଚ୍ଚିତ୍ର ମଧ୍ୟରୁ IMDb ରେ ରେ ସର୍ବାଧିକ ରେଟିଂ ପାଇଛି ‘CUTTPUTLLI’।

ଡିସ୍ନି + ହଟଷ୍ଟାରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ IMDb ରେ ୧୦ ମଧ୍ୟରୁ ୬.୦ ରେଟିଂ କରାଯାଇଛି। ଏଥିସହିତ, ସମ୍ରାଟ ପୃଥ୍ବୀରାଜକୁ ୧୦ ରୁ ୫.୮ ରେଟିଂ ସହିତ IMDb ରେ ଦ୍ୱିତୀୟ ସ୍ଥାନରେ ରଖାଯାଇଛି। ୧୦ ରୁ ୫.୨ ରେଟିଂ ସହିତ ବଚ୍ଚନ ପାଣ୍ଡେ ତୃତୀୟ ସ୍ଥାନରେ ରହିଛି। ତେବେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା ଫିଲ୍ମ କଟପୁତ୍ଲିକୁ ଅଧିକ ପ୍ରଶଂସା କରିଛନ୍ତି ଦର୍ଶକ।

ରିପୋର୍ଟ ଅନୁଯାୟୀ ଅକ୍ଷୟଙ୍କ ଆଗାମୀ ଚଳଚିତ୍ର ହେଉଛି ‘ରାମ ସେତୁ’, OMG 2, ସେଲଫି, କ୍ୟାପସୁଲ୍ ଗିଲ୍, ବଡେ ମିଆଁ ଛୋଟୋ ମିଆଁ ଏବଂ ସୋରାରଇ ପୋଟରୁର ହିନ୍ଦୀ ରିମେକ୍ ସବୁ ରିଲିଜ୍ ହେବାକୁ ଯାଉଛି। ଅର୍ଥାତ୍ ୨୦୨୩ ମସିହାରେ ଖିଲାଡି କୁମାର ପୁଣିଥରେ ୬ ଟି ଚଳଚ୍ଚିତ୍ର ସହିତ ବଡ ପରଦାରେ ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.