ଶାତକୋଶିଆ ରେଞ୍ଚ ଅଞ୍ଚଳରେ ଭାଲୁ ଆତଙ୍କ, ୧୪ ଘଣ୍ଟାରେ ଦୁଇ ଜଣଙ୍କୁ କଲାଣି ଆକ୍ରମଣ

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଥମୁନି ଭାଲୁ ଆତଙ୍କ । ଆଜି ସକାଳେ ଜାମନଣ୍ଡା ଗାଁରେ ଚାଷ କାମ କରିବା କୁ ଯାଇଥିବା ବେଳେ ଜଳଧର ପ୍ରଧାନକୁ ଭାଲୁ ହାବୁଡ଼ରେ ପଡିଯାଇଥିଲେ । ଭାଲୁ ଆକ୍ରମଣ ଯୋଗୁଁ ବେକ ଏବଂ ବାମ ହାତରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଶାତକୋଶିଆ ହସ୍ପିଟାଲ ତାପରେ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ।

ଠାକୁରମୁଣ୍ଡା ଡାକ୍ତରଖାନାରୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବ ବୋଲି ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ବି ଜଣକକୁ ଭାଲୁ ଆକ୍ରମଣ କରିଥିଲା । ସାତକୋଶିଆ ରେଞ୍ଜରେ ପୃଥକ ପୃଥକ ସ୍ଥାନରେ ୧୪ ଘଣ୍ଟା ମଧ୍ୟରେ ଦୁଇ ଜଣକୁ ଭାଲୁ ଆକ୍ରମଣ କରିଛି । ଭାଲୁ ଏଭଳି ଆକ୍ରମଣ ଯୋଗୁଁ ସ୍ଥାନୀୟ ଜନସାଧାରଣ ଆତିଙ୍କ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.