ଯାଜପୁର:କୁଆଖିଆ ପୋଲିସ ଦ୍ୱାରା ଗୋମାଂସ ବୋଝେଇ କଣ୍ଟେନର ଜବତ, ୨ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଦ୍ୱାରା ଗୋମାଂସ ବୋଝେଇ କଣ୍ଟେନର ଜବତ। ବେଆଇନ ଚାଲାଣ ହେଉଥିବା ପାଖାପାଖି ୭୦କୁଇଣ୍ଟାଲ ଗୋମାଂସ ଜବତ ସହ କଣ୍ଟେନରର ଡ୍ରାଇଭର ଓ ହେଲପର ଗିରଫ। କଣ୍ଟେନରଟି ସମ୍ବଲପୁରରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଆଜି ୧୬ନଂ ଜାତୀୟ ରାଜପଥର କୁଆଖିଆ ଥାନା ବିଲିପଡା ଛକ ନିକଟରୁ ଗାଡିକୁ ଜବତ କରାଯାଇଥିଲା।

ସ୍ଥାନୀୟ ଯୁବକ ସନ୍ଦେହରେ କଣ୍ଟେନରକୁ ଅଟକାଇ ପୋଲିସକୁ ଖବର ଦେବା ପରେ କୁଆଖିଆ ପୋଲିସ କଣ୍ଟେନରଟିକୁ ଜବତ କରି କୁଆଖିଆ ଥାନାକୁ ଆଣିଥିଲା। ସେଠାରେ ରସୁଲପୁର ପଶୁ ଚିକିତ୍ସକଙ୍କ ଉପସ୍ଥିତିରେ କଣ୍ଟେନର ଚାବି ଖୋଲାଯିବା ଗୋମାଂସ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ବଜରଙ୍ଗ ଦଳର କର୍ମୀ ମାନେ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଗୋ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ କୁଆଖିଆ ଥାନାରେମ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜବତ କଣ୍ଟେନରର ଡ୍ରାଇଭର ଓ ହେଲପରକୁ ଗିରଫ କରିଛି। ଏଥିସହ ଜବତ ହୋଇଥିବା ମାଂସକୁ ପରିତ୍ୟକ୍ତ ସ୍ଥାନରେ ପୋତି ଦିଆଯିବ ବୋଲି ସୂଚନା ଦେବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

You might also like