Below header

ସଫଳ ହେଲା ‘ଅପରେସନ ଦଲାଲ’ : ରୋଗୀ ବେଶରେ ବ୍ରହ୍ମପୁର ବଡ ମେଡିକାଲରୁ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର (କେନ୍ୟୁଜ): ଅପରେସନ୍‌ ଦଲାଲ୍‌। ଧରାପଡିଲେ ୭ଜଣ । ସେମାନଙ୍କୁ ଅଟକ ରଖି ପଚାରାଉଚୁରା କରାଯାଉଛି। ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି। ବ୍ରହ୍ମପୁର ବଡ ମେଡିକାଲର ବଡ଼ ଗୁମର କଥା। ଭଲ ଚିକିତ୍ସା ଏବଂ ବିନା ଟଙ୍କାରେ ଚିକିତ୍ସିତ ହେବାକୁ ରୋଗୀ ବ୍ରହ୍ମପୁର ବଡ ମେଡିକାଲକୁ ଆସନ୍ତି। ହେଲେ ସେଠାରେ ଦଲାଲ୍ କବଜାରେ ପଡ଼ି ରୋଗୀ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଥିଲା।

ବହୁ ଦିନ ଧରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଦଲାଲମାନେ ସାଧାରଣ ରୋଗୀଙ୍କୁ ଭୂଆଁ ବୁଲାଇ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏନେଇ ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ୱରେ ହୋଇଥିଲା ଅପରେସନ ଦଲାଲ । ମେଡିକାଲ ଭିତରେ ରହି ଏକ ୧୫ ଜଣିଆ ପୋଲିସ କନେଷ୍ଟବଳ ଟିମ୍‌ ଗଠନ ହୋଇଥିଲା । ଆଉ ଏହି ଟିମ୍‌ ଆଜି ସକାଳୁ ମେଡ଼ିକାଲକୁ ରୋଗୀ ଓ ତାଙ୍କ ସମ୍ପର୍କୀୟ ବେଶରେ ଯାଇଥିଲେ। ମେଡିକାଲର ବିଭିନ୍ନ ବିଭାଗରେ ଟିକଟ କରି ରୋଗୀର ଅଭିନୟ କରିଥିଲେ । ପରେ କିଛି ଦଲାଲ ସେମାନଙ୍କୁ ବାହାର ଘରୋଇ ମେଡିକାଲ ତ, କାହାକୁ ବାହାର ଦୋକାନରୁ ମେଡିସିନ କିଣିବା ପାଇଁ କହିଥିଲେ। ଶେଷରେ ସଫଳ ହୋଇଥିଲା ଅପରେସନ୍‌ ଦଲାଲ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.