ଗତକାଲି ଭଦ୍ରକରେ ଶହେରୁ ଅଧିକ ନାଗସାପ ଛୁଆ ଉଦ୍ଧାର :ଆଜି ଧରା ହେଲେ ନାଗ-ନାଗୁଣୀ

ଭଦ୍ରକ: ଏକ ଅସାଧାରଣ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଇକସାହି ଗ୍ରାମରେ। ଶହେରୁ ଅଧିକ ନାଗସାପ ଛୁଆ ଉଦ୍ଧାର ହେବା ଘଟଣାରେ ନାଗ-ନାଗୁଣୀଙ୍କୁ ଉଦ୍ଧାର କରାଯାଇଛି । ସାଢ଼େ ୫ ଫୁଟରୁ ଅଧିକ ଲମ୍ବର ଦୁଇଟି ନାଗ ସାପକୁ ଧରା ଯାଇଛି । ଉକ୍ତ ଗ୍ରାମର ବିଜୟ ଭୂୟାଁଙ୍କ ଘରୁ ୧୦୬ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି । ଭଦ୍ରକ ସ୍ନେକ୍ ହେଲପ ଲାଇନ୍ ଏସବୁ ନାଗସାପକୁ ଉଦ୍ଧାର କରିଛି । ଘର ଭିତରେ ଆହୁରି ସାପ ଥିବା ସନ୍ଦେହ କରି ଆଜି ମଧ୍ୟ ମାଟି ଖୋଳାଯାଉଛି। ଧାମନଗର ବନବିଭାଗ ଓ ସ୍ନେକ୍ ହେଲ୍ପ ଲାଇନ୍ ସାପ ଧରିବା ପାଇଁ ମିଳିତ ଉଦ୍ୟମ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ଗତକାଲି ବିଜୟ ଭୂୟାଙ୍କ ଘର ପାଖରେ ଥିବା ଉଇ ହୁଙ୍କା ଓ କାନ୍ଥ ଭିତରୁ ସାପ ବାହାରୁଥିବା ଦେଖି ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦିଆଯାଇଥିଲା। ସେମାନେ ଘର ଭିତର ମାଟି ଖୋଳି ୧୦୬ଟି ନାଗ ସାପ ଓ ୨୦ଟି ଅଣ୍ଡା ଉଦ୍ଧାର କରିଥିଲେ।