ବ୍ୟାଙ୍କ ଭିତରେ ମୁଖାଧାରୀ ଯୁବକ ଓ ପୋଲିସଙ୍କ ଭିତରେ ଚାଲିଲା ଛକାପଞ୍ଝା, ଏହି ମକଡ୍ରିଲ୍ ଦେଇ ଲୋକଙ୍କ ଉଡିଗଲା ହୋସ୍

ଭଞ୍ଜନଗର(କେନ୍ୟୁଜ୍): ବ୍ୟାଙ୍କ ଭିତରେ ଜମାକାରୀ ଓ ଗ୍ରାହକଙ୍କ ଭିଡ଼ ରହିଥିଲା । ଅଚାନକ୍ ବ୍ୟାଙ୍କ ଭିତରେ ପଶିଲେ, ମୁଖା ପିନ୍ଧିଥିବା କିଛି ଯୁବକ । ବ୍ୟାଙ୍କର ସାଇରନ୍ ବାଜିଉଠିଲା । ପରେ ପରେ ବ୍ୟାଙ୍କ ଭିତରେ ପଶିଲେ, ସଶସ୍ତ୍ର ପୋଲିସ୍ । ମୁଖା ପିନ୍ଧା ଯୁବକଙ୍କୁ କାବୁ କଲେ ପୋଲିସ । ବ୍ୟାଙ୍କ ଭିତରେ ମୁଖାଧାରୀ ଯୁବକ, ପୋଲିସ୍ , ପିସ୍ତଲ୍ , ସିକ୍ୟୁରିଟି ଗାର୍ଡ ର ବନ୍ଧୁକ ଉଠାଇବା , ଏବଂ ହୋ ହାଲ୍ଲା ଦେଖି , ବ୍ୟାଙ୍କ ଭିତରେ ଥିବା ଲୋକ ଏବଂ କର୍ମଚାରୀଙ୍କ ଭିତରେ କିଛି ସମୟ ପର୍ଯ୍ୟନ୍ତ ଛନକା ପଶିଯାଇଥିଲା । ପରେ ସବୁ ସ୍ପଷ୍ଟ ହୋଇଥିଲା , ଏହା ପ୍ରକୃତରେ ଦୁର୍ବୃତ୍ତଙ୍କ ଦ୍ଵାରା ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ନଥିଲା ।

କିମ୍ବା ପୋଲିସ୍ କୈାଣସି ଲୁଟେରାଙ୍କୁ ଧରିନଥିଲା । ଲୁଟେରା ବେଶହୋଇ ଆସିଥିଲେ ଖୋଦ୍ ପୋଲିସ୍ କର୍ମଚାରୀ । ବ୍ୟାଙ୍କ ଲୁଟ୍ ହେଲେ , ଉଭୟ ବ୍ୟାଙ୍କ କର୍ମଚାରୀ ଓ ଲୋକମାନେ କିଭଳି ମୁକାବିଲା କରିବେ , ସେ ସଂକ୍ରାନ୍ତରେ ଭଞ୍ଜନଗର ପୋଲିସ୍ ର ଏହାଥିଲା “ମକଡ୍ରିଲ୍” । ଶୁକ୍ରବାର ମଧ୍ୟାହ୍ନରେ ଭଞ୍ଜନଗର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଦେଖିବାକୁ ମିଳିଥିଲା, ଏଭଳି ଦୃଶ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.