ଚଳଚଞ୍ଚଳ ଶ୍ରୀକ୍ଷେତ୍ର; ପାଳିତ ହେବ ଭଉଁରୀ ଯାତ୍ରା

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଆଜି ଅପରାହ୍ନ ୪ଟାରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣି ବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯିବେ ।

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଚନ୍ଦନ ପୁଷ୍କରିଣୀରେ ୨୧ଘେରା ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡା କରିବେ । ଆଜି ଅପରାହ୍ନ ୪ଟାରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣି ବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯିବେ । ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେପଟେ ଆଜି ମହାପ୍ରଭୁଙ୍କ ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହେବ । ଦୁଇଟି ନାହାକା ଚକ-ଅଖ ସହ ସଂଯୋଗ କରାଯିବ । ବଡ ଦାଣ୍ଡ ରଥଖଳାରେ ୩ ରଥର ଦୁଇଟି ଲେଖାଏ ଚକରେ ଗୋଟିଏ ଲେଖାଏ ଅଖ ସଂଯୋଗ ହେବ। ସକାଳଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବେ। ସଂଯୁକ୍ତ ଚକ-ଅଖରେ ଲାଗି କରାଯିବ ମହାପ୍ରଭୁଙ୍କ ଆଜ୍ଞାମାଳ। ଦୁଇ ଦିନ ପୂର୍ବରୁ ରଥ ଖଳାରେ ପ୍ରସ୍ତୁତ ରହିଛି ୩ ନାହାକା ଅଖ ଓ ୬ ନାହାକା ଚକ। ତିନି ରଥର ଦୁଇଟି ଲେଖାଏ ଚକ ସହ ଗୋଟିଏ ଲେଖାଏ ଅଖ ଡେରା ଯିବ । ଆଜିର ଏହି ଚକ ଅଖ ଡେରା ନୀତି ସମ୍ପନ ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ । ତାଳଧ୍ଵଜ, ନନ୍ଦିଘୋଷ ଓ ପରେ ଦର୍ପଦଳନ ରଥର ଚକଡେରା ନୀତି ସମ୍ପନ୍ନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.