Below header

ଭେଡ଼େନ ଗଣବଳାତ୍କାର ଘଟଣାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ

ବରଗଡ଼(କେନ୍ୟୁଜ୍): ବରଗଡ଼ର ଭେଡେନ ଗଣ ବଳାତ୍କାର ଘଟଣାରେ ମାମଲା ରୁଜୁ ପାଇଁ ବରଗଡ଼ ପୋଲିସକୁ ନିର୍ଦ୍ଦେଶ। ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ। ୨୦୧୬ରେ ଭେଡେନ୍‌ ଥାନା ଅଞ୍ଚଳରେ ଘଟିଥିବା ଗଣ ବଳାତ୍କାର ଘଟଣାରେ ମାମଲାରେ ସମସ୍ତ ପକ୍ଷଙ୍କ ପକ୍ଷ ଶୁଣିବା ପରେ ବରଗଡ଼ ପୋଲିସ ମାନବାଧିକାର କ୍ଷୁର୍ଣ୍ଣ କରିଥିବା କମିସନ କହିଛନ୍ତି। ପୋଲିସ ଏକ ସଙ୍ଗୀନ ମାମଲାକୁ ପଞ୍ଜୀକରଣ କରିନଥିବାରୁ ପୀଡିତା ବହୁ ସମୟରେ ନିର‌୍ୟାତନାର ଶିକାର ହୋଇଛନ୍ତି । ଏହାସହ ବରଗଡ଼ ପୋଲିସ ପୀଡ଼ିତାଙ୍କୁ କାହିଁକି କ୍ଷତିପୂରଣ ନଦେବ ସେନେଇ କାରଣ ଦର୍ଶାଇବାକୁ ବରଗଡ ଏସପିଙ୍କୁ ନୋଟିସ ଜାରି କରାଯାଇଛି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ। ଆସନ୍ତା ନଭେମ୍ବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର‌୍ୟ୍ୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.