ଆଖି ତ କୁଣ୍ଡେଇ ହେଉଛି ଏବଂ ଲାଲ ପଡି ପାଣି ବାହାରୁଛି କିନ୍ତୁ କେବେ ଭାବିଛନ୍ତି ଏମିତି ହେବାର କଣ ରହିଥାଏ କାରଣ

ଋତୁ ପରିବର୍ତ୍ତତ ହେବା କାରଣରୁ ତ୍ୱଚା ସହିତ ଆଖିରେ ମଧ୍ୟ ଡ୍ରାଏନେସ୍‌ ବଢ଼ିଥାଏ। ଧୂଳି, ଧୂଆଁ, ବୃକ୍ଷର ପରାଗରଣ, ପ୍ରଦୂଷଶ ଦ୍ୱାରା ଆଲର୍ଜୀ ଏବଂ ଆଖିର ପଲକରେ ଥିବା ଚିକ୍କଣ ସୁଖିଯିବା କାରଣରୁ ଏମିତି ହୋଇଥାଏ। ଏହାଦ୍ୱାରା ଆଖି, ଲାଲ, କୁଣ୍ଡେଇ ହେବା ଏବଂ ପାଣି ବାହାରିବା ଭଳି ଲକ୍ଷଣ ସାମ୍ନାକୁ ଆସିଥାଏ।

ଡ୍ରାଏନେସ

ପବନର ସିଧା ପ୍ରଭାବ ଆଖି ଉପରେ ପଡିବା କିମ୍ବା ହିଟରର ପୂରା ପାଖରେ ବସିବା କାରଣରୁ ମଧ୍ୟ ଆଖିର ନମନୀୟତା କମ୍‌ ହୋଇଯାଇଥାଏ। ଏହାଦ୍ୱାରା ଆଖିରେ ଡ୍ରାଏନେସ ବଢ଼ିଥାଏ। ଏହାଛଡା ଡ୍ରାଇଭିଂ ସମୟରେ ଧୂଆଁ ଏବଂ ଧୂଳିରେ ଘରୁ ବାହାରିବା ସମୟରେ ଆଖିରେ ଚଷମା ଲଗାନ୍ତୁ। ଏହାସହିତ କମ୍ପ୍ୟୁଟରରେ କାମ କରିବା ସମୟରେ ମଝିରେ ମଝିରେ ଆର୍ଟିଫିସିଆଲ ଟିୟର ଡ୍ରପ୍‌ ଆଖିରେ ପକାନ୍ତୁ।

dropଆଲର୍ଜୀ

ରୋଗୀଙ୍କୁ ଆଲର୍ଜୀ ଭଳି ଜିନିଷ ଠାରୁ ଦୂରତା ରଖିବା ଏବଂ ଆଲର୍ଜୀ ଦ୍ୱାରା ହେଉଥିବା ଥଣ୍ଡା ଆରମ୍ଭ ହେବା ଦ୍ୱାରା ଦୁଇ ସପ୍ତାହ କିମ୍ବା ଏକ ମାସ ପୂର୍ବରୁ ଆଣ୍ଟିଆଲର୍ଜିକ ଔଷଧ ନେବା ପାଇଁ ପରାମର୍ଶ ଦିଆଯାଇଥାଏ।

ଏହାସହ ପଢନ୍ତୁ : କବ୍ଜ ସମସ୍ୟା ଦୂର କରିଥାଏ ବନ୍ଧା କୋବି, ଜାଣନ୍ତୁ ଆଉ କେଉଁ ସମସ୍ୟାକୁ କରିଥାଏ ଦୂର

କଞ୍ଜକ୍ଟିଭାଇଟିସ

ଭାଇରାଲ ଇନଫେକସନର ଭୟ ବଢ଼ିବା ଦ୍ୱାରା ଆଖିରେକଞ୍ଜକ୍ଟିଭାଇଟିସ ହେବା ଏକ ସାଧାରଣ କଥା। ଯେଉଁମାନଙ୍କର ନିକଟରେ ଆଖି ଅପରେସନ ହୋଇଥିବ କିମ୍ବା କୌଣସି ନେତ୍ର ରୋଗ ଦ୍ୱାରା ପୀଡିତ ହୋଇଥିବେ ସେମାନଙ୍କୁ ଏହାର ଆଶଙ୍କା ଅଧିକ ହୋଇଥାଏ। ଏଥିପାଇଁ ଆପଣ ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ।

womenକ୍ୟାଲେଜିଓନ

ଚିକ୍କଣ ପ୍ରଦାନ କରୁଥିବା ଗ୍ରନ୍ଥି ବ୍ଲକ ହେବା କାରଣରୁ ପଲକରେ ସମସ୍ୟା ହୋଇଥାଏ। ଥଣ୍ଡା ପବନର ଅଧିକ ସମ୍ପର୍କରେ ଆସିବା ଦ୍ୱାରା ତେଲ ଧୀରେ ଧୀରେ ଜମିବାରେ ଲାଗିଥାଏ। ରୋଗୀଙ୍କୁ ଉଷୁମ ପାଣିରେ ସୂତା କପଡାକୁ ଭିଜାଇ ଆଖି ଉପରେ ଦେବା ପାଇଁ ପରାମର୍ଶ ଦିଆଯାଇଥାଏ।

ଧ୍ୟାନ ରଖନ୍ତୁ

ଘରୁ ବାହାରିବା ସମୟରେ ଆଖିରେ ଚଷମା ଲଗାନ୍ତୁ। ଆଖିକୁ ସୁସ୍ଥ ରଖିବା ପାଇଁ ଭିଟାମିନ ଏ ଏବଂ ଓମେଗା-ଥ୍ରୀ ଏସିଡ ତତ୍ତ୍ୱରେ ଭରପୂର ଥିବା ଖାଦ୍ୟ ଖାଆନ୍ତୁ। ଏହି ସବୁ ଜିନିଷ ଯଥା ଅଖରୋଟ, ସବୁଜ ପନିପରିବା ଏବଂ ଫଳ ଇତ୍ୟାଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.