Below header

ପିପିପି ମୋଡରେ ହେବ ଭୁବନେଶ୍ୱର ବିମାନବନ୍ଦର ବିକାଶ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ୧୯୦ତମ ବୈଠକରେ ନିଷ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ):  ପିପିପି ମୋଡରେ ଭୁବନେଶ୍ୱର ବିମାନବନ୍ଦର ବିକାଶ ହେବ। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ୨୦୧୯ରେ ଅନୁଷ୍ଠିତ ୧୯୦ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ଭୁବନେଶ୍ୱର, ବାରାଣାସୀ, ଅମୃତସର, ରାୟପୁର, ଇନ୍ଦୋର ଏବଂ ତ୍ରିଚି ଏୟାରପୋର୍ଟକୁ ପିପିପି ମୋଡରେ ବିକାଶ କରିବା ପାଇଁ ନିଷ୍ପତି ହୋଇଛି। ବିମାନବନ୍ଦରର ପରିଚାଳନା, କାର୍ଯ୍ୟକାରିତା ମଧ୍ୟ ପିପିପି ମୋଡରେ ହେବ। ପୂର୍ବରୁ ୨୦୦୬ରେ ଦିଲ୍ଲୀ ଓ ମୁମ୍ବାଇ ଏୟାରପୋର୍ଟ ପିପିପି ମୋଡରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପରବର୍ତ୍ତୀ ସମୟରେ ୨୦୧୮-୧୯ରେ ଆଉ ୬ଟି ଏୟାରପୋର୍ଟକୁ ପିପିପି ମୋଡରେ ବିକାଶ କରିବା ପାଇଁ ନିଷ୍ପତି ହୋଇଥିଲା। ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ସିଂଙ୍କ ଭୁବନେଶ୍ୱର ଏୟାରପୋର୍ଟ ବିକାଶ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ବେସାମରିକ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂ। ଅନ୍ୟପକ୍ଷରେ ବିଜେଡି ସାଂସଦ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଭରପୂର ସୁଯୋଗ ରହିଛି। ଭୁବନେଶ୍ୱର ଏୟାରପୋର୍ଟର ବିକାଶ ହେଲେ ଓଡିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ଏହା ବେଶ ସହାୟକ ହେବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.