ଭୁବନେଶ୍ବର (କେନ୍ୟୁଜ): ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭୁବନେଶ୍ବର ବ୍ଲକ କନିଷ୍ଠ ଯନ୍ତ୍ରୀ ରମାକାନ୍ତ ବେହେରା। ଏକ ରାସ୍ତା କାମର ବିଲ୍ ପାସ୍ କରିବା ପାଇଁ ଜଣେ ଠିକାଦାରଙ୍କୁ କନିଷ୍ଠ ଯନ୍ତ୍ରୀ ରମାକାନ୍ତ ବେହେରା ୫୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ଏ ନେଇ ଠିକାଦାର ଜଣକ ଭିଜିଲାନ୍ସରେ ଜଣାଇଥିଲେ। ଠିକାଦାରଙ୍କ ଠାରୁ ରମାକାନ୍ତ ୫୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ଟଙ୍କା ଜବତ କରିଥିଲା। ଭିଜିଲାନ୍ସ ଟିମ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।