ପାଳନ ହେଲା ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ, ୩ ଦିନ ଚାଲିବ ଉତ୍ସବ

ପାଳନ ହେଲା ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ । ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସଂସ୍କୃତି ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜିଠୁ ତିନି ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯାଉଛି ।

ଭୁବନେଶ୍ୱର(କେନ୍ୟୁଜ୍‌) : ପାଳନ ହେଲା ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ । ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସଂସ୍କୃତି ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜିଠୁ ତିନି ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯାଉଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବିଧାନସଭା ସମ୍ମୁଖ ମାର୍ଗରେ ୧୮ଟି ଟ୍ରୁପ ପରେଡ କରିଥିଲେ । ଏହାସହ ଡେୟାର ଡେଭିଲସ ଗ୍ରୁପ ମଧ୍ୟ ସାମିଲ ଥିଲା । ବିଭିନ୍ନ ସ୍କୁଲର ପିଲା ସ୍କେଟିଂ କରିଥିଲେ । ଏହି କଳା କୌଶଳକୁ ଦେଖିବା ପାଇଁ ରାଜଧାନୀବାସୀଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.