Below header

ସଚେତନ କରିବ ଟ୍ରାଫିକ ୱେବ ପୋର୍ଟାଲ

ଭୁବନେଶ୍ୱର  : ଲୋକ ସଚେତନ ହେଲେ, ଦୁର୍ଘଟଣାକୁ ରୋକାଯାଇ ପାରିବ । ଏଥିଲାଗି କମିଶନରେଟ ପୋଲିସର ଟ୍ରାଫିକ ଓ୍ଵିଙ୍ଗ୍‌ ପକ୍ଷରୁ ଏକ ୱେବ ପୋର୍ଟାଲ, ‘ଭୁବନେଶ୍ୱର କଟକ ଟ୍ରାଫିକ୍‌ ପୋଲିସ୍‌ ଡଟ୍‌ ଇନ୍‌’, ଲଞ୍ଚ କରାଯାଇଛି । ଏହି ପୋର୍ଟାଲରେ ରାସ୍ତା ଉପରେ ଗଲା ବେଳେ କିଭଳି ସୁରକ୍ଷିତ ଭାବେ ଯିବ ସେ ସମସ୍ତ ବିଷୟରେ ସୂଚନା ରହିଛି । ଟ୍ରାଫିକର ସବୁ ନିୟମ କାନୁନ ସମ୍ପର୍କରେ ସୂଚନା ରହିଛି । ଏହା ଏକ ଇଣ୍ଟରାକ୍ଟିଭ ୱେବ ପୋର୍ଟାଲ । ଟ୍ରାଫିକ୍‌ର ବିଭିନ୍ନ ସାଙ୍କେତିକ ଚିହ୍ନ ଉପରେ ମଧ୍ୟ ସୂଚନା ଦିଆଯାଇଛି । ଏଥିରେ ସାଧାରଣ ଲୋକ ମଧ୍ୟ ମତାମତ ଦେଇ ପାରିବେ ।

ଏହି ସାଇଟ ଭିଜିଟ କରୁଥିବା ଲୋକ ମଧ୍ୟ ଏହି ପୋର୍ଟାଲରେ ଥିବା କୁଇଜରେ ଭାଗ ନେଇପାରିବେ । ଏହା ସହିତ ଭୀଷଣ ଖରାରେ କାମ କରୁଥିବା ଟ୍ରାଫିକ ଷ୍ଟାଫମାନଙ୍କ ପାଇଁ କମିଶନରେଟ ପୋଲିସ ପକ୍ଷରୁ କୁଲ୍‌ ଜ୍ୟାକେଟ ମଧ୍ୟ ଲଞ୍ଚ୍‌ କରାଯାଇଛି । ସେହିପରି ତିନିଟି ଭାରିଏବଲ ମେସେଜ ସାଇନ୍‌ ଡିସପ୍ଲେ ମଧ୍ୟ ଲଞ୍ଚ୍‌ କରାଯାଇଛି । ୧୬ଟି ଟିଭିଏସ ଆପାଚି ମୋଟରସାଇକେଲ ଭୁବନେଶ୍ୱର ଟ୍ରାଫିକ୍‌କୁ ପ୍ରଦାନ କରାଯାଇଛି । ଏହା ସହିତ ଖୁବ୍‌ ଶୀଘ୍ର ଏନ୍‌ଏଚ୍‌ରେ ସ୍ପିଡ ରାଡାର ଲଗାଯିବ ବୋଲି ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.