ଭୁବନେଶ୍ୱର: ୭ ଦିନ ପରେ ବି ସସପେନ୍ସ ଘେରରେ ଲଭ୍-ରୋମାନ୍ସ-ଫାୟାରିଂ ଘଟଣା, ଦ୍ୱନ୍ଦ୍ୱରେ କମିଶନରେଟ ପୋଲିସ
କେନ୍ୟୁଜ୍(ବ୍ୟୁରୋ): ୭ ଦିନ ପରେ ବି ସସପେନ୍ସ ଘେରରେ ଭୁବନେଶ୍ୱର ଲଭ୍-ରୋମାନ୍ସ-ଫାୟାରିଂ ଘଟଣା । ଏହି ଘଟଣାରେ ଗିରଫ ହେଲେଣି ୩ ଅଭିଯୁକ୍ତ । ହେଲେ କିଏ କହୁଛି ସତ ଆଉ କିଏ କହୁଛି ମିଛ ସେନେଇ ଦ୍ୱନ୍ଦ୍ୱରେ କମିଶନରେଟ ପୋଲିସ । ବନ୍ଧୁକର ପୋଲିସ ସନ୍ଧାନ ପାଇଥିବା ବେଳେ ଏଯାଏ ଜବତ କରାଯାଇପାରିନାହିଁ । ସେପଟେ ଆହତ ଯୁବତୀଙ୍କ ଟିକ୍ଟକ୍ ଆକ୍ଟଟିଂ ଶେଷର ସତ ହେଲା । ଘଟଣାର କିଛି ଦିନ ପୂର୍ବରୁ ପ୍ରସ୍ତୁତ ଏହି ଟିକ୍ ଟିକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆପଣ ଦେଖୁଥିବା ଟିକଟକ୍ ଭିଡିଓଟି ହେଉଛି, ଗୁଳି ମାଡ଼ରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଯୁବତୀଙ୍କର । କିଛିଦିନ ତଳେ ଏହି ଭିଡିଓଟି ପ୍ରସ୍ତୁତ ହୋଇଥିଲା । ଭିଡିଓରେ ଅଛନ୍ତି ଗିରଫ ଅଭିଯୁକ୍ତ ପ୍ରଦୀପ ଅଗସ୍ତୀ ଓରଫ୍ ଟୁକ୍, ଯୁବତୀ ଓ ଆଉ ଜଣେ ଯୁବକ । କେବଳ ଗୋଟିଏ ଭିଡିଓ ନୁହେଁ, ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ବୁଲୁଛି । ଏପରିକି ଘଟଣା ପୂର୍ବ ରାତିରେ ବି ପ୍ରସ୍ତୁତ ହୋଇଥିଲା ଟିକ୍ ଟିକ୍ ଭିଡିଓ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।