ଲକ୍ଷ୍ୟ ହେବ ତ ଏମିତି ! ମଞ୍ଚ ଉପରେ ଏତେ ସବୁ ଘଟଣା ଘଟିଥିଲେ ବି ନିଜ ନୃତ୍ୟ ଜାରି ରଖିଥିଲା ଏହି ନର୍ତ୍ତକୀ, ଭାଇରାଲ ହେଲା ଭିଡିଓ

ଆମ ସମସ୍ତଙ୍କ ଜୀବନରେ ଏମିତି କିଛି କଥା ବା ଘଟଣା ଅଛି ଯାହା ଉପରେ ଆମେ ନିଜର ସମସ୍ତ ଧ୍ୟାନ ରଖିଥାଉ । ଆଉ ମଧ୍ୟ କୁହାଯାଏ କି ସମ୍ପୂର୍ଣ ଧ୍ୟାନର ସହ କୌଣସି କାମ କଲେ ସଫଳତା ନିଶ୍ଚିତ ରୂପେ ମିଳିଥାଏ । ଏହା ସହିତ ଜଡିତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ନିଜେ ଆଇପିଏସ ଅଫିସର ତଥା ସେସୁ ସିଇଓ ଅରୁଣ ବୋଥ୍ରା । ଆଉ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି ‘ମୁଁ ନିଜ ଜୀବନରେ ବି ଏମିତି ଧ୍ୟାନ ରଖିବାକୁ ଚାହେଁ’ । କିନ୍ତୁ ଏହି ଏହି ଭିଡିଓଟିକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ ।

ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି । ଏକ ମଞ୍ଚ ଉପରେ ଛୋଟ ଝିଅ ଟିଏ ଏକ ବଲିଉଡ ଗୀତରେ ନାଚୁଛି । ସେହି ମଞ୍ଚରେ ବସିଥିବା ଦୁଇଜଣ ବ୍ୟକ୍ତି ହଟାତ ନିଜ ଚୌକି ସହ ତଳେ ପଡିଯାଉଛନ୍ତି । ଏହା ଦେଖି ଆଖପାଖରେ ଛିଡା ହୋଇଥିବା ଲୋକେ ତାଙ୍କୁ ଉଠେଇବାକୁ ଦୌଡ଼ି ଯାଉଛନ୍ତି । କିନ୍ତୁ ଏତେ ସବୁ ଘଟଣା ଘଟି ଯାଉଥିଲେ ବି ନାଚୁଥିବା ଛୋଟ ଝିଅଟି ଠିକ ସେମିତି ହିଁ ନିଜ ନାଚ ଜାରି ରଖିଛି ।

ସେ ନିଜ ଧ୍ୟାନରୁ ଟିକେ ହେଲେବି ହଟିନାହିଁ । ସମସ୍ତ ଘଟଣାକୁ ନିଜେ ଅନୁଭବ କରୁଥିଲେ ବି ସେ ନିଜ କାମ ଆଗ ଭଳି ଧ୍ୟାନର ସହିତ କରୁଛି । ଏହି ଭିଡିଓଟି ଉପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ଆସିବାରେ ଲାଗିଛି ।