ପାରାଦୀପରୁ ସ୍ଥାନାନ୍ତର ହେଲା ସନ୍ଦିଗ୍ଧ ପାରା, ଫୋରେନସିକ୍ ଲ୍ୟାବ୍‌ରେ ହେବ କ୍ୟାମେରା ଓ ଚିପ୍‌ର ଟେଷ୍ଟିଂ

ପାରାଦୀପରୁ ଉଦ୍ଧାର ହୋଇଥିବା ପାରାକୁ ଭୁବନେଶ୍ୱର ଅଣାଯାଉଛି । ପାରା ଦେହରେ ଲାଗିଥିବା ସନ୍ଦିଗ୍ଧ ବସ୍ତୁକୁ ପରୀକ୍ଷା କରାଯିବ । ପାରା ଗୋଡ଼ରେ କ୍ୟାମେରା ଓ ଚିପ୍‌ ଲାଗିଛି । କିଏ ଏହି କ୍ୟାମେରା ଓ ଚିପ୍‌ ଲଗାଇଥିଲା, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

ପାରାଦୀପ (କେନ୍ୟୁଜ): ପାରାଦୀପରେ ବିଦେଶୀ ଗୁପ୍ତଚର ପାରାକୁ ନେଇ ବଢୁଛି ରହସ୍ୟ। ଭୁବନେଶ୍ୱର ଫୋରେନସିକ୍‌ ଲ୍ୟାବ୍‌ ଆସୁଛି ସନ୍ଦିଗ୍ଧ ପାରା । ପାରାଦୀପରୁ ଉଦ୍ଧାର ହୋଇଥିବା ପାରାକୁ ଭୁବନେଶ୍ୱର ଅଣାଯାଉଛି । ପାରା ଦେହରେ ଲାଗିଥିବା ସନ୍ଦିଗ୍ଧ ବସ୍ତୁକୁ ପରୀକ୍ଷା କରାଯିବ । ପାରା ଗୋଡ଼ରେ କ୍ୟାମେରା ଓ ଚିପ୍‌ ଲାଗିଛି । କିଏ ଏହି କ୍ୟାମେରା ଓ ଚିପ୍‌ ଲଗାଇଥିଲା, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

କେଉଁ ପରିସ୍ଥିତିରେ ପାରାଟି ପାରାଦୀପ ଆସିଲା । ଗତକାଲି ସମୁଦ୍ର ଭିତରୁ ସନ୍ଦେହ ଅବସ୍ଥାରେ ପାରା ଉଦ୍ଧାର ହୋଇଥିଲା । କୋଣାର୍କ ଉପକୂଳର ୪୦ କିଲୋମିଟର ସମୁଦ୍ରରେ ଏକ ମାଛଧରା ବୋଟ୍‌ ଉପରେ ହଠାତ୍‌ ଆସି ବସିଥିଲା । ସନ୍ଦେହଜନକ ଅବସ୍ଥାରେ ପାରାକୁ ଧରିଥିଲେ ମତ୍ସ୍ୟଜୀବୀ । ଦୁଇ ଡେଣାରେ ନାଲି ଓ ସବୁଜ ରଙ୍ଗରେ ବିଦେଶୀ ଭାଷାରେ ଲେଖାଯାଇଛି। ମେରାଇନ ଥାନା ପୋଲିସ ହେପାଜତରେ ଫୋରେନସିକ ଲ୍ୟାବକୁ ସନ୍ଦିଗ୍ଧ ପାରାକୁ ଅଣାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.