Below header

ରାଜଧାନୀ ହତ୍ୟାକାଣ୍ଡର କିଛି ତଥ୍ୟ, ଟୁକୁନାଙ୍କୁ କାହିଁକି ହତ୍ୟା କଲେ ସୁଧୀର ଓ ସାଗର ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ନୂଆପଲ୍ଲୀ ଆଇଆରସି ହତ୍ୟାକାଣ୍ଡର ଆଉ କିଛି ତଥ୍ୟ ଆମର ହସ୍ତଗତ ହୋଇଛି । ଶେଷ ଖବର ଅନୁଯାୟୀ ଯାହା ଜଣାପଡ଼ିଛି, ମୃତ ଯୁବକ ଜଣକ ହେଲେ ଟୁକୁନା ଦାସ । ସେ ଜନତା ନଗରରେ ରୁହନ୍ତି । ଆଜି ସକାଳେ ସେ ଘରୁ ଆସିଥିବା ଲୋକେ ତାଙ୍କୁ ଦେଖିଛନ୍ତି । ପରେ ସାଗର ଓ ସୁଧୀର ନାମକ ଦୁଇ ଜଣ ଯୁବକ ତାଙ୍କୁ ଛୁରାମାଡ଼ କରି ହତ୍ୟା କରିଥିବା କୁହାଯାଉଛି । ମାରିବା ପରେ ସେମାନେ ଏକ ପିକ୍‌ଅପ୍‌ ଗାଡ଼ିରେ ଟୁକୁନାଙ୍କୁ ରକ୍ତାକ୍ତ ଅବସ୍ଥାରେ ନେଉଥିବା ବେଳେ ଧରାପଡ଼ି ଯାଇଥିଲେ । ସେହି ଗାଡ଼ି ଭିତାରେ ଟୁକୁନାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

BBSR ATTACK-3

ତେବେ କଣ ପାଇଁ ଏ ହତ୍ୟାକାଣ୍ଡ ଘଟିଛି ତାକୁ ନେଇ ପୋଲିସ୍‌ ତନାଘନା କରୁଛି । ଟୁକୁନାଙ୍କ ମୃତଦେହ ଏବେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ ରଖା ଯାଇଛି । ଲୋକଙ୍କ ମାଡ଼ରେ ଆହତ ସୁଧୀର ଓ ସାଗରଙ୍କୁ ମଧ୍ୟ ପୋଲିସ୍‌ ନିଜେ ହେପାଜତକୁ ନେଇଛି । ସୁଧୀର ଓ ସାଗର ହେଉଛନ୍ତି ଦୁଇ ଭାଇ ।

BBSR ATTACK-4

ଟୁକୁନାଙ୍କର ଏକ ଫର୍ଣ୍ଣିଚର ଦୋକାନ ରହିଥିବା ସୂଚନା ମିଳିଛି । ଏମାନେ ସମସ୍ତେ ମିଶି ଗାଡ଼ି ବ୍ୟବସାୟ କରୁଥିଲେ ବୋଲି ମଧ୍ୟ ଜଣାପଡ଼ିଛି । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ଟୁକୁନା ଓରଫ ରବିଙ୍କ ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବାସୁଦେବପୁର ଗାଁରେ । ଦୀର୍ଘ ୨୫ ବର୍ଷ ହେବ ସେ ସାଲିଆ ସାହି ଜନତା ନଗର ମଙ୍ଗଳା ମନ୍ଦିର ପାଖରେ ରହି ଆସୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.