କୋରାପୁଟ: ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ବିଏସ୍ଏଫ୍ ଯବାନ
କୋରାପୁଟ : ନିଜ ଜୀବନ ନେଲେ ଯବାନ । ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବିଏସ୍ଏଫ୍ ଯବାନ । କୋରାପୁଟ ଲମତାପୁଟ ଜଲାପୁଟ ୧୫ ବାଟାଲିୟନରେ ଘଟିଛି ଏହି ଘଟଣା ।
ମୃତ ଯବାନ ଜଣଙ୍କ ରାଜସ୍ଥାନର ଇନ୍ଦର ସିଂ ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଅଧିକ ତଦନ୍ତ ଚାଲୁଥିବା କହିଛନ୍ତି ଏସ୍ଡିପିଓ ।