ଟିକେଟ ବୁକିଙ୍ଗକୁ ନେଇ ପୂର୍ବତଟ ରେଳବାଇର ନିଷ୍ପତ୍ତି, ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଚାଲିବାକୁ ଥିବା ଟ୍ରେନରେ ବୃଦ୍ଧି ହେବ ନାହିଁ ବଗି

ଭୁବନେଶ୍ୱରରୁ ନୂଆ ଦିଲ୍ଲୀକୁ ଚାଲିବାକୁ ଥିବା ଏସି ଟ୍ରେନରେ ପାଞ୍ଚଟି ଅଧିକ ବଗି ବଢ଼ା ଯିବ ନାହିଁ । ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ । ରେଳ ଟିକେଟର ଚାହିଦାକୁ ଦୃଷ୍ଟିରେ ରଖି ବଗି ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଥ୍ରୀ ଟାୟାର ଏସି ବଗିରେ ୪ଟି କୋଚ ବଢ଼ା ଯିବାକୁ ଥିବା ବେଳେ ୨-ଟାୟାର ଏସି ବଗିରେ ଗୋଟିଏ କୋଚ ବଢାଯିବ ବୋଲି ସ୍ଥିର ହୋଇଥିଲା । । ଆସନ୍ତା କାଲି ଠାରୁ ଭୁବନେଶ୍ୱର ରୁ ନୂଆଦିଲ୍ଲୀକୁ ଚାଲିବାକୁ ଥିବା ସ୍ପେଶାଲ ଟ୍ରେନ ହିଁ କୋଚ ସଂଖ୍ୟା ବଢ଼ା ଯାଇଥାନ୍ତା । ତେବେ ଏହି ନିଷ୍ପତ୍ତିକୁ ରଦ୍ଦ କରାଯାଇଛି । ବର୍ତ୍ତମାନର ୧୭ଟି କୋଚ ଚାଲୁଥିବା ବେଳେ ଏହାକୁ ୨୨କୁ ବୃଦ୍ଧି କରାଯାଇ ଥାନ୍ତା ।

special train

ସୂଚନା ଦେବା ଯୋଗ୍ୟକି, ଆସନ୍ତାକାଲି ସକାଳ ୧୦ଟାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ । ଏକ ସ୍ୱତନ୍ତ୍ର ଟ୍ରେନ୍‌ ଦିଲ୍ଲୀ ଅଭିମୁଖେ ଯିବ । ଅଧିକ ଟିକେଟ ବୁକିଂ ହୋଇଥିବାରୁ ଟ୍ରେନରେ ଅଧିକ କୋଚ୍‌ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି । ସେହିପରି ୧୪ ତାରିଖରେ ଟ୍ରେନ୍‌ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଫେରିବ । ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ଯାତ୍ରୀଙ୍କ ପାଇଁ ଆଜି ସଂଧ୍ୟା ସୁଦ୍ଧା ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହେବ ବୋଲି ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଯେଉଁମାନେ ଆସିବେ ସେମାନେ ଗାଇଡ୍‌ଲାଇନ୍‌ ମାନିବାକୁ ବାଧ୍ୟ ।

କ୍ୱାରେଣ୍ଟାଇନ୍‌ ଓ ସାମାଜିକ ଦୂରତା ନିୟମ ମାନ ବି ମାନିବାକୁ ପଡିବ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିଯେ, ଟ୍ରେନ୍‌ ଯୋଗେ ପ୍ରାୟତଃ ଭିଆଇପି ଆସୁଛନ୍ତି । ସେମାନେ ଷ୍ଟେସନ୍‌ରେ ପହଞ୍ଚିବା ପରେ ନିଜସ୍ୱ ସୁବିଧାରେ ଯିବେ । ଯେଉଁମାନେ ଯାଇପାରିବେ ନାହିଁ, ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସିବେ ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ । ଯେଉଁମାନେ ପଞ୍ଜିକରଣ କରିନଥିବେ, ସେମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ପଞ୍ଜିକରଣ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.