Below header

ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏବାବଦରେ ବିଧ୍ୟାୟକ ନିଜ ଫେସବୁକ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।  ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ସେ ଏବେ ଘରେ ଆଇସୋଲେସନରେ ଥିବା ନେଇ ଉଲ୍ଲେଖ କରିଛନ୍ତି ।

ଆଉ ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଯିଏ ଯିଏ ଆସିଛନ୍ତି, ସେମାନଙ୍କୁ ନିଜ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି ।  କହିରଖିବା ଉଚିତ ହେବକି, ଆଜି ରାଜଧାନୀ ରୁ ୩୦୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୧ ଜଣ ସୁସ୍ଥ ହୋଇଛନ୍ତି ।  ଯେବେକି ଖୋର୍ଦ୍ଧାରୁ ୬୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.