ଆଜି ଭୁବନେଶ୍ୱରରୁ ୧୦୧ ନୂଆ ପଜିଟିଭ, ଲୋକାଲ କେଶ ୪୯

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ପଜିଟିଭ ସଂଖ୍ୟା ୩୫୭୩କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ କରିଆରେ ସୂଚନା ଦେଇଛନ୍ତି ବିଏମ୍ସି କତ୍ତୃପକ୍ଷ । ଏମଧ୍ୟରୁ ୧୨୯୬ ଟି ଆକ୍ଟିଭ କେଶ ଥିବା ବେଳେ ୨୨୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ ସହରରୁ ୧୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୫୨ ଜଣ କ୍ଵାରିଣ୍ଟିଂନ ସେଣ୍ଟରର ହୋଇଥିବା ବେଳେ ବାକି ୪୯ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଗୋଟେ ପଟେ ସଙ୍ଘରୋଧ କେନ୍ଦ୍ରରୁ ଆକ୍ରାନ୍ତ ସଂଖ୍ୟା କମି ଚାଲିଥିବା ବେଳେ ଲୋକାଲ କେଶ ସଂଖ୍ୟା ବଢିଚାଲିଛି । ଅନ୍ୟପକ୍ଷରେ ଆଜି ରାଜଧାନୀରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କହିରଖିବା ଉଚିତ ହେବାଯେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୯୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ଚିହ୍ନଟ ସଂଖ୍ୟାରେ ଧୀରେ ଧୀରେ ଗଂଜାମକୁ ଟପିବାରେ ଲାଗିଛି ଖୋର୍ଦ୍ଧା । ଗୋଟେ ପଟେ ଗଂଜାମର ସ୍ଥିତି ସ୍ଥିର ହେଉଥିବା ବେଳେ ଖୋର୍ଦ୍ଧା ସ୍ଥିତି ଜଟିଳ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.