ରାଜଧାନୀରୁ ୩୩୦ ନୂଆ ଆକ୍ରାନ୍ତ ଚିନ୍ହଟ, ୫୮ ପ୍ରତିଶତ ଲୋକାଲ କେଶ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୩୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୮୨୬୧ କୁ ବୃଦ୍ଧି ପାଇଛି । ଏଯାବତ ସହରରେ ୩୩୦୬ ଆକ୍ଟିଭ କେଶ ଥିବା ବେଳେ ୪୯୧୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଯେବେକି ଏଯାବତ ରାଜଧାନୀରୁ ୩୫ ଜଣଙ୍କ ଜୀବନ ଏହି କରୋନା କାରଣରୁ ଯାଇ ସାରିଲାଣି । ଆଜିର ଚିନ୍ହଟଙ୍କ ମଧ୍ୟରୁ ୧୩୯ ଜଣ ପୂର୍ବରୁ କ୍ଵାରେଣ୍ଟୀନ ସେଣ୍ଟରରେ ଥିବା ବେଳେ ୧୯୧ ଜଣ ଲୋକାଲ କଣ୍ଟକାଟରୁ ସଂକ୍ରମିତ ହୋଇଥିବା ଜଣାଯାଇଛି ।

ଯେବେକି ନୂଆ ଚିହ୍ନଟଙ୍କ ମଧ୍ୟରୁ ୧୩୭ଜଣ ପୂର୍ବ ଆକ୍ରାନ୍ତଙ୍କ ସଂପର୍ଶରେ ଆସି ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଯେବେକି ୨ ଜଣଙ୍କର ପୂର୍ବରୁ ଟ୍ରାଭେଲ ହିଷ୍ଟ୍ରୀ ରହିଥିଲା ।  ଆଜି ସକାଳେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧ ଜିଲ୍ଲାରୁ ୫୪୭ଆକ୍ରାନ୍ତ ଥିବା ବେଳେ ସେମଧ୍ୟରୁ ରାଜଧାନୀରୁ ୩୩୦ ଜଣ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.