Below header

ସୁଇମିଙ୍ଗ ପୁଲରେ ବୁଡି ଯାଉଥିଲା ସାଙ୍ଗ, ଛଟପଟ ହେଉଥିବା ଦେଖି ୩ ବର୍ଷ ପିଲା କଲା କିଛି ଏମିତି..ଦେଖନ୍ତୁ ଭିଡିଓ

ଗୋଟେ ୩ ବର୍ଷର ଛୁଆ ଠୁ ଆପଣ ଦୁଷ୍ଟାମୀ ଏବଂ ଖେଳ ଛାଡ ଆଉ କଣ ଆଶା କରିପାରିବେ ? କିନ୍ତୁ ବ୍ରାଜିଲର ଜଣେ ୩ ବର୍ଷର ଛୁଆ ଏମିତି କିଛି କରିଛନ୍ତି ଯେଉଁଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ଏହି ୩ ବର୍ଷର ଛୁଆଟି ନିଜ ସାଙ୍ଗକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଛି ଯାହାର ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁଯାୟୀ ଏହି ସିସିଟିଭି ଫୁଟେଜଟି ବ୍ରାଜିଲର ଅଟେ । ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇଜଣ ଛୋଟ ଛୋଟ ଶିଶୁ ଏକ ସୁଇମିଙ୍ଗ ପୁଲ ନିକଟରେ ଖେଳୁଛନ୍ତି । ଠିକ ସେତିକିବେଳେ ଦୁହିଁଙ୍କ ମଧ୍ୟରୁ ଜଣେ ସୁଇମିଙ୍ଗ ପୁଲ ଭିତରକୁ ଖସି ପଡୁଛି ଏବଂ ଧୀରେ ଧୀରେ ପାଣିରେ ବୁଡ଼ିଯାଉଛି । ଏହା ଦେଖି ସାଙ୍ଗରେ ଖେଳୁଥିବା ଶିଶୁଟି ତାକୁ ହାତ ବଢ଼ାଇ ଅତି କଷ୍ଟରେ ପାଣିରୁ ବାହାର କରୁଛି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓକୁ ଉକ୍ତ ଶିଶୁର ମା ସେୟାର କରିଥିଲେ ।

How to Share With Just Friends

How to share with just friends.

Posted by Facebook on Friday, December 5, 2014

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ଲୋକମାନେ ଏହି ତିନି ବର୍ଷର ପିଲାର ବାହାଦୂରୀକୁ ସଲାମ କରୁଛନ୍ତି । ତେବେ ଆର୍ଥର ନାମକ ଏହି ବାଳକକୁ ସେଠାକାର ମିଲିଟାରୀ ପୋଲିସ ତରଫରୁ ବାହାଦୁରିର ଆୱାର୍ଡ ମଧ୍ୟ ଦିଆଯାଇଛି । ଯେଉଁଥିରେ ତାକୁ ସାହାସୀକତାର ପ୍ରମାଣପତ୍ର, ଟ୍ରଫି ଏବଂ ଚକୋଲେଟ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.