ଆଜିଠୁ ଖୋଲିଲା ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ୍, ସାମାଜିକ ଦୂରତା ରକ୍ଷା କରି ଦୋକାନ ଖୋଲିବାକୁ ଅନୁମତି

ଭୁବନେଶ୍ବର : ଆଜିଠୁ ଖୋଲିଲା ଭୁବନେଶ୍ୱର ୟୁନିଟ୍‌ ଫୋର ମାର୍କେଟ । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ୧୪ ଦିନ ପରେ ଖୋଲିଲା ମାର୍କେଟ । ସାମାଜିକ ଦୂରତା ରକ୍ଷା କରି ଦୋକାନ ଖୋଲିବାକୁ ଅନୁମତି ମିଳିଛି । ସମସ୍ତେ ସରକାରଙ୍କ ଗାଇଡଲାଇନ୍‌ ମାନିବେ । ଗତ ୧୬ ତାରିଖରୁ ବନ୍ଦ ରହିଥିଲା ୟୁନିଟ-୪ ମାର୍କେଟ ।

କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ସିଲ କରାଯାଇଥିଲା। ଏହି ସମୟ ମଧ୍ୟରେ ବହୁ ବ୍ୟବସାୟୀଙ୍କ ଅନେକ ଥର ଟେଷ୍ଟ କରାଯାଇଛି। ସଂକ୍ରମଣକୁ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ୟୁନିଟ ଫୋର ମାର୍କେଟକୁ ମଧ୍ୟ ମୁନିସିପାଲିଟି ପକ୍ଷରୁ ସାନିଟାଇଜ କରାଯାଇଛି।

Leave A Reply

Your email address will not be published.